Latest Odisha News

BREAKING NEWS

କରୋନାଭାଇରସକୁ ନେଇ ସର୍ଟ ଫିଲ୍ମ ; ଅଭିନୟରେ ଅମିତାଭ, ରଜନୀକାନ୍ତ ଓ ପ୍ରିୟଙ୍କା ଚୋପ୍ରା !

ମୁମ୍ବାଇ: କରୋନା ମୁକାବିଲାରେ ଆଗେଇ ଆସିଛି ଅଭିନୟ ଜଗତ । ଅର୍ଥରାଶି, ଉପକରଣ ସହାୟତା ଓ ସଚେତନତା ମୂଳକ ଭିଡିଓ ଜରିଆରେ ଅଭିନୟ ଜଗତ ଭାରତ ସରକାରଙ୍କୁ କରୋନା ବିରୋଧୀ ଲଢେଇରେ ସମର୍ଥନ କରିଆସିଛି ।

ମେଗାଷ୍ଟାର ଅମିତାଭ ବଚ୍ଚନ, ଥଲାଇଭା ରଜନୀକାନ୍ତ, ଦିଲଜିତ୍ ଦୋସାଂଜ ଓ କ୍ୱାଣ୍ଟିକୋ ଫେମ୍ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ କରୋନାଭାଇରସ୍ ଉପରେ ନିର୍ମାଣ ହୋଇଛି ଏକ ସର୍ଟ ଫିଲ୍ମ ।

ଫିଲ୍ମର କାହାଣୀ କରୋନା ମହାମାରୀରେ ଘରେ ନିରାପଦରେ ରହିବା, ସ୍ୱଛତା ଅବଲମ୍ବନ, ୱାର୍କିଂ ଫ୍ରମ୍ ହୋମ୍ ଓ ସାମାଜିକ ଦୁରତ୍ୱ ଭଳି ବିଷୟବସ୍ତୁ ସ୍ଥାନ ପାଇଛି ।

ସର୍ଟ ଫିଲ୍ମର ଟାଇଟଲ୍ ‘ଫ୍ୟାମିଲି’ ଥିବାବେଳେ ଅମିତାଭଙ୍କ ସହଭାଗିତାରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ପ୍ରସୁନ୍ ପାଣ୍ଡେ । ଆଜି ରାତି ୯ଟାରେ ସୋନୀ ଟିଭିରେ ଏହି ସର୍ଟ ଫିଲ୍ମର ପ୍ରସାରଣ ହେବ ।

Leave A Reply

Your email address will not be published.