ମୁମ୍ବାଇ: ମୁମ୍ବାଇ ସହରର ଆଗ୍ରିପଡାରେ ଥିବା ୱକହାର୍ଡ ହସ୍ପିଟାଲ ସିଲ୍ ହୋଇଛି । ଏଠାରେ ୨୬ ଜଣ ନର୍ସ ଓ ୩ଜଣ ଡାକ୍ତର କରେନା ଆକ୍ରାନ୍ତ ହେବା ପରେ ପ୍ରଶାସନ ପକ୍ଷରୁ ଏହାକୁ ସିଲ୍ କରାଯାଇଛି । ଏହି ହସ୍ପିଟାଲ ଠାରୁ ଦୂରେଇ ରହିବା ପାଇଁ ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ ପରାମର୍ଶ ଦେଇଛି ।
ବିଏମସି ମ୍ୟୁନିସିପାଲିଟି କମିଶନର ସୁରେଶ କାକାନି କହିଛନ୍ତି ଯେ, ସେମାନେ ଡାକ୍ତରଖାନାକୁ ସିଲ୍ କରିଛନ୍ତି ଏବଂ ସ୍ୱାବ ରିପୋର୍ଟ ନେଗେଟିଭ ନଆସିବା ପର୍ୟ୍ୟନ୍ତ କର୍ମଚାରୀଙ୍କୁ ବାହାରକୁ ଯିବାକୁ ଅନୁମତି ନାହିଁ। ଡାକ୍ତରଖାନା ପ୍ରଶାସନ ସତର୍କତା ଅବଲମ୍ବନ କରୁନଥିବାରୁ ଆଜି ଡାକ୍ତରଖାନାର ପ୍ରାୟ ୩୦୦କର୍ମଚାରୀଙ୍କୁ କ୍ୱାରେଣ୍ଟାନରେ ରଖାଯାଇଛି । ଡାକ୍ତରଖାନା ପରିସରରେ ଏତେ ସଂଖ୍ୟକ ଲୋକଙ୍କ ମଧ୍ୟରେ ଏହି ଭୂତାଣୁ କିପରି ବ୍ୟାପିଛି ତାହାର ତଦନ୍ତ ପାଇଁ ଟିମ୍ ଗଠନ କରାଯାଇଥିବା ସେ କହିଛନ୍ତି ।
ଗତ ୨୮ ତାରିଖରେ ସାଧାରଣ ଆଇସିୟୁରେ କାମ କରୁଥିବା ୨ଜଣ ନର୍ସଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ଅନ୍ୟ ୨୬ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ଏପରିକି କ୍ୱାରଣ୍ଟାଇନ ଓ୍ୱାର୍ଡରେ ଥିବା ସ୍କ୍ରିନ, ବେଡସିଟକୁ ସାଧାରଣ ଓ୍ୱାର୍ଡରେ ମଧ୍ୟ ବ୍ୟବହାର କରଯାଇଥିବା କିଛି ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।
BREAKING NEWS
- ଭୋଜି ଖାଇ ଝାଡ଼ାବାନ୍ତିରେ ୩୦ ଶିଶୁଙ୍କ ସମେତ ୭୦ ଜଣ ଆକ୍ରାନ୍ତ
- ହିଟ୍ ଆଣ୍ଡ୍ ରନ୍ ମାମଲା: କାରକୁ ଘୋଷାଡ଼ି ନେଲା ଯାତ୍ରୀବାହି ବସ
- ଜଗନ୍ନାଥଙ୍କ ଆନିମେସନ୍ ଫିଲ୍ମ ରିଲିଜ୍ ଉପରେ ଲାଗିଲା ରୋକ୍, ଅଗଷ୍ଟ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି
- ରାଜ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ରେଭେନ୍ସା ବିବାଦରେ ନୂଆ ମୋଡ଼: ସଦର ବିଧାୟକଙ୍କୁ କାଉଣ୍ଟର କଲା ଶିକ୍ଷକ ସଂଘ ‘ରୁଟା’
- Netanyahu dials PM Modi:ମୋଦୀଙ୍କୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଫୋନ୍ କଲ୍; ସ୍ୱତନ୍ତ୍ର ରଣନୈତିକ ଭାଗୀଦାରୀ ଏବଂ ପଶ୍ଚିମ ଏସିଆର ସ୍ଥିତି ନେଇ ଆଲୋଚନା
- ୨୨ଲକ୍ଷର ସୋସାଇଟି ପାଣ୍ଠି ହଡ଼ପ ଅଭିଯୋଗ;ପୂର୍ବତନ ପାକ୍ସ ସମ୍ପାଦକ ଗିରଫ
- ବିଷାକ୍ତ ଲଙ୍କା: ୨୭ଟି ରାଜ୍ୟରେ ବ୍ୟାପିଲା ସାଲମୋନେଲା ସଂକ୍ରମଣ, ୩୪୫ ଆକ୍ରାନ୍ତ
- ଏଥର ଇନଷ୍ଟାଗ୍ରାମରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆ ନିବେଦନ
- ବାଲେଶ୍ୱର ଭୋଗରାଇରେ ଉତ୍ତେଜନା: ସମୀକ୍ଷା ବୈଠକ ବେଳେ ମୁହାଁମୁହିଁ ହେଲେ ବିଜେପି-ବିଜେଡି କର୍ମୀ

Comments are closed.