ମୁମ୍ବାଇ: ମୁମ୍ବାଇ ସହରର ଆଗ୍ରିପଡାରେ ଥିବା ୱକହାର୍ଡ ହସ୍ପିଟାଲ ସିଲ୍ ହୋଇଛି । ଏଠାରେ ୨୬ ଜଣ ନର୍ସ ଓ ୩ଜଣ ଡାକ୍ତର କରେନା ଆକ୍ରାନ୍ତ ହେବା ପରେ ପ୍ରଶାସନ ପକ୍ଷରୁ ଏହାକୁ ସିଲ୍ କରାଯାଇଛି । ଏହି ହସ୍ପିଟାଲ ଠାରୁ ଦୂରେଇ ରହିବା ପାଇଁ ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ ପରାମର୍ଶ ଦେଇଛି ।
ବିଏମସି ମ୍ୟୁନିସିପାଲିଟି କମିଶନର ସୁରେଶ କାକାନି କହିଛନ୍ତି ଯେ, ସେମାନେ ଡାକ୍ତରଖାନାକୁ ସିଲ୍ କରିଛନ୍ତି ଏବଂ ସ୍ୱାବ ରିପୋର୍ଟ ନେଗେଟିଭ ନଆସିବା ପର୍ୟ୍ୟନ୍ତ କର୍ମଚାରୀଙ୍କୁ ବାହାରକୁ ଯିବାକୁ ଅନୁମତି ନାହିଁ। ଡାକ୍ତରଖାନା ପ୍ରଶାସନ ସତର୍କତା ଅବଲମ୍ବନ କରୁନଥିବାରୁ ଆଜି ଡାକ୍ତରଖାନାର ପ୍ରାୟ ୩୦୦କର୍ମଚାରୀଙ୍କୁ କ୍ୱାରେଣ୍ଟାନରେ ରଖାଯାଇଛି । ଡାକ୍ତରଖାନା ପରିସରରେ ଏତେ ସଂଖ୍ୟକ ଲୋକଙ୍କ ମଧ୍ୟରେ ଏହି ଭୂତାଣୁ କିପରି ବ୍ୟାପିଛି ତାହାର ତଦନ୍ତ ପାଇଁ ଟିମ୍ ଗଠନ କରାଯାଇଥିବା ସେ କହିଛନ୍ତି ।
ଗତ ୨୮ ତାରିଖରେ ସାଧାରଣ ଆଇସିୟୁରେ କାମ କରୁଥିବା ୨ଜଣ ନର୍ସଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ଅନ୍ୟ ୨୬ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ଏପରିକି କ୍ୱାରଣ୍ଟାଇନ ଓ୍ୱାର୍ଡରେ ଥିବା ସ୍କ୍ରିନ, ବେଡସିଟକୁ ସାଧାରଣ ଓ୍ୱାର୍ଡରେ ମଧ୍ୟ ବ୍ୟବହାର କରଯାଇଥିବା କିଛି ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।
BREAKING NEWS
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
- ନନ୍ଦନକାନନରେ କୁମ୍ଭୀର ମୃତ; ୮ ଦିନରେ ୫…
Comments are closed.