Latest Odisha News

ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ରପ୍ତାନି ଉପରେ କଟକଣା

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ପାଇଁ କୌଣସି ଔଷଧ ବାହାରି ନଥିବାବେଳେ କେତେକ ଗୁରୁତର ମାମଲା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ ବ୍ୟବହାର କରିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ତେବେ ଏହାକୁ ଅତି ଜରୁରି ହେଲେ କେବଳ ଡାକ୍ତରଙ୍କ ପରାମର୍ଶରେ ପ୍ରଦାନ ପାଇଁ ପ୍ରସ୍ତାବ ଦିଆଯାଇଛି । କେନ୍ଦ୍ର ସରକାର ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ରପ୍ତାନି ଉପରେ ସଂପୂର୍ଣ କଟକଣା ଲଗାଇଛନ୍ତି ।

ଦେଶରେ କରୋନା ଭାଇରସ ସଂକ୍ରମଣ ବଢିଚାଲିଥିବାବେଳେ ଏହି ଔଷଧର ଯେପରି ଅଭାବ ନ ହୁଏ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । କିଛିଦିନ ପୂର୍ବେ ସରକାର ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ରପ୍ତାନିଉପରେ କଟକଣା ଲଗାଇଥିଲେ ମଧ୍ୟ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ ଏବଂ ରପ୍ତାନି ଭିତ୍ତିକୟୁନିଟ୍ ଗୁଡ଼ିକ ଉପରେ ଏହି କଟକଣା ଲାଗୁ କରାଯାଇନଥିଲା । କିନ୍ତୁ ଆଜି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିିଏଫଟି) ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି କଟକଣାର ପରିସରକୁ ବଢାଇଦିଆଯାଇଛି ।

Leave A Reply

Your email address will not be published.