ନୂଆଦିଲ୍ଲୀ: ଦେଶରେ ଗଲା ୨୪ ଘଂଟା ମଧ୍ୟରେ ୬୯୩ଟି ନୂଆ କରୋନା ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୬୭ରେ ପହଂଚିଛି । ତେବେ ଏହି ୪୦୬୭ଟି ମାମଲା ମଧ୍ୟରୁ ୭୬ ପ୍ରତିଶତ ପୁରୁଷ ଓ ୨୪ ପ୍ରତିଶତ ମହିଳା ଅଛନ୍ତି । ଏଥିରୁ ସ୍ପଷ୍ଟ ଯେ କରୋନା ଭାଇରସ ଦ୍ୱାରା ପୁରୁଷମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ଏମାନଙ୍କ ମଧ୍ୟରେ ୪୭ ପ୍ରତିଶତ ୪୦ ବର୍ଷରୁ କମ୍ ବୟସର ବ୍ୟକ୍ତି ହୋଇଥିବା ବେଳେ ୩୪ ପ୍ରତିଶତ ୪୦-୬୦ ବର୍ଷର ବ୍ୟକ୍ତି ଓ ମାତ୍ର ୧୯ ପ୍ରତିଶତ ୬୦ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ବୋଲି ସେ କହିଛନ୍ତି । ସେହିପରି ଗତ ୨୪ ଘଂଟା ମଧ୍ୟରେ କରୋନାରେ ସଂକ୍ରମିତ ହୋଇ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୦୯ରେ ପହଂଚିଛି । ଅନ୍ୟପଟେ ୪୦୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୪୫ଟି ମାମଲା ତବଲିଗି ଜମାତ ସହ ଜଡିତ ବୋଲି ଲବ ଅଗ୍ରୱାଲ କହିଛନ୍ତି ।
ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ଏପର୍ୟ୍ୟନ୍ତ ୧୧୦୦ କୋଟି ଟଙ୍କା ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଛି । ଆଜି ମଧ୍ୟ ଆଉ ୩ହଜାର କୋଟି ରିଲିଜ କରାଯାଇଛି ବୋଲି ସେ କହିଛନ୍ତି । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟା ଶ୍ରୀବାସ୍ତବ କହିଛନ୍ତି ଯେ ଏପର୍ୟ୍ୟନ୍ତ ସାରା ଦେଶରେ ମୋଟ ୨୫ ହଜାର ତବଲିଗି ଜମାତ ଲୋକଙ୍କୁ ଏକାନ୍ତବାସରେ ରଖାଯାଇଛି ।
BREAKING NEWS
- Gold Silver Price Budget 2026: ବଜେଟ ପୂର୍ବରୁ ହଠାତ୍ ଶସ୍ତା ହେଲା ସୁନା ଏବଂ ରୂପା ଦର, ଜାଣନ୍ତୁ କେତେ କମିଲା…
- Union Budget 2026: ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ‘ଦହି-ଚିନି’ ଖୁଆଇଲେ ରାଷ୍ଟ୍ରପତି
- ୧୧୨କୁ ଫୋନ କରନ୍ତୁ ଓଡ଼ିଶା ଅଗ୍ନିଶମ ବିଭାଗର ସେବା ନିଅନ୍ତୁ: ଅଗ୍ନିଶମ ଡିଜି
- ବଜେଟ୍ ୨୦୨୬ ଉପସ୍ଥପାନ ପୂର୍ବରୁ କାର୍ତ୍ତବ୍ୟ ଭବନରେ ପହଞ୍ଚିଲେ ନିର୍ମଳା ସୀତାରମଣ
- ଶ୍ରୀମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କଲେ ସ୍ୱର୍ଗତ IAS ସୁବାଷ ପାଣିଙ୍କ ଧର୍ମପତ୍ନୀ
- LPG Cylinder Price Hike: ବଜେଟ୍ ଦିନ ଝଟକା: ମହଙ୍ଗା ହେଲା LPG ସିଲିଣ୍ଡର
- ସାତକୋଶିଆ ଗଣ୍ଡରେ ବଢ଼ିଲା କୁମ୍ଭୀର ସଂଖ୍ୟା
- Police Encounter: ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ପୋଲିସ ଏନକାଉଣ୍ଟର
- CM Kisan Scheme: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା, ଜାରି ହେଲା ପଞ୍ଜୀକରଣ ଡେଡଲାଇନ୍
- Stock Market: ବଜେଟ୍ ଦିନ ଖୋଲା ରହିବ ଷ୍ଟକ୍ ବଜାର
Comments are closed.