Latest Odisha News

BREAKING NEWS

କୋଭିଡ୍୧୯ ହସ୍ପିଟାଲ୍ ବେଡ୍ କ୍ଷମତା ୧୫ ଏପ୍ରିଲ୍ ସୁଦ୍ଧା ୩୦୦୦କୁ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଂଚଳରେ ଖୋଲିଥିବା ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍‌ର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ଚଳିତ ମାସ ୧୫ ତାରିଖ ସୁଦ୍ଧା ରାଜ୍ୟରେ କୋଭିଡ୍‌୧୯ ଶଯ୍ୟା ସଂଖ୍ୟାକୁ ବୃଦ୍ଧି କରି ଅତି କମ୍‌ରେ ୩୦୦୦ କରିବାକୁ ସେ ଅଧିକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି କରୋନା ମହାମାରୀର ସଫଳ ମୁକାବିଲା କରିବା ଦିଗରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ସଶକ୍ତ କରିବା ପାଇଁ ପର୍ଯ୍ୟାପ୍ତ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା ପିପିଇ ଏବଂ ଅନ୍ୟ ମେଡିକାଲ୍ ଉପକରଣ ଉପଲବ୍ଧ କରାଇବା ନେଇ ସେ ଗୁରୁତ୍ୱ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡିଶାର ଛଅଟି ଜିଲ୍ଲାରେ ସାତଟି ସ୍ୱତନ୍ତ୍ର କରୋନା ହସ୍ପିଟାଲ୍ ପ୍ରସ୍ତୁତ ହୋଇସାରିଥିବା ରାଜ୍ୟ ସରକାରଙ୍କ କୋଭିଡ୍‌୧୯ ମୁଖପାତ୍ର ସୁବ୍ରତୋ ବାଗ୍‌ଚି ସୂଚନା ଦେଇଥିଲେ । ଏଥି ମଧ୍ୟରେ ଭୁବନେଶ୍ୱରରେ କିମ୍ସ ଓ ସମ୍ ହସ୍‌ପିଟାଲ୍ ପରିଚାଳିତ ୫୦୦ ଏବଂ ୫୨୫ ଶଯ୍ୟା ବିଶିଷ୍ଟ ଦୁଇଟି ସ୍ୱତନ୍ତ୍ର କରୋନା ହସ୍ପିଟାଲ୍ ଉଦ୍‌ଘାଟନ ହୋଇସାରିଛି ।

ସେହିଭଳି କଟକରେ ଅଶ୍ୱିନୀ ହସ୍ପିଟାଲରେ ୧୨୫ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ ଏବଂ ଜିଲ୍ଲା ସ୍ତରରେ ସୁନ୍ଦରଗଡରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଛି । ଅନ୍ୟଗୁଡିକ କେନ୍ଦୁଝର, ଯାଜପୁର ଏବଂ ପୁରୀରେ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.