Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ: ଲକଡାଉନ ଯୋଗୁଁ କିପରି କାଚକେନ୍ଦୁ ପରି ଦିଶୁଛି ଯମୁନା ନଦୀର ଜଳ

ମଥୁରା: କରୋନା ପ୍ରଭାବରେ ସାରାଦେଶ ଲକ ଡାଉନ । ଉତ୍ତରପ୍ରଦେଶ ମଥୁରା ଅଞ୍ଚଳରେ ଶିଳ୍ପସଂସ୍ଥା ଗୁଡିକ ମଧ୍ୟ ବନ୍ଦ ହୋଇ ଯାଇଛି । ସ୍ଥାନୀୟ ଶିଳ୍ପସଂସ୍ଥା ଗୁଡିକ ବନ୍ଦ ଥିବାରୁ ଯମୁନା ନଦୀରେ ଜଳ ପୂର୍ବ ଅପେକ୍ଷା ଅଧିକ ପରିଷ୍କାର ଦେଖାଯାଉଛି। ନଦୀରେ ପ୍ରଦୂଷଣର ମାତ୍ର କମ୍ ଯୋଗୁଁ ଏହି ପ୍ରବାହ ଦେଖିବକୁ ମିଳିଛି ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଲକ ଡାଉନର ଦିନ ମଧ୍ୟରେ ଯମୁନା ପାଣିରେ ଫରକ ଦେଖା ଦେଇଥିଲା ।ପୂର୍ବ ଅପେକ୍ଷା ଏହା ଅଧିକ ସଫା ଦେଖା ଯାଉଛି ।

ଏହା ଏକ ସଙ୍କେତ ଅଟେ ଯେ ପରିବେଶ ସହିତ ଖେଳିବା ଉଚିତ୍ ନୁହେଁ। ଯେପରି କରୋନା ଆମ ଶରୀରକୁ ପ୍ରଭାବିତ କରୁଛି ଏହି ପ୍ରଦୂଷକ ମଧ୍ୟ ନଦୀ ପାଇଁ ଜୀବାଣୁ ସଦୃଶ, ଯାହା ନଦୀ ଶରୀରକୁ ମୃତ କରିଦେଉଛି। ତେଣୁ ଆଗାମୀ ଦିନରେ ନଦୀ ଜଳରେ ପ୍ରଦୂଷକ ପ୍ରବାହକୁ ସରକାର ରୋକ ଲଗାଇବା ଉଚିତ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Comments are closed.