Latest Odisha News

BREAKING NEWS

ହରିଆଣାରେ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଓ ଯତ୍ନ ନେଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଡବଲ ଦରମା

ହରିଆଣା: କରୋନା ମହାମାରୀ ସଂକ୍ରମଣ ସାରା ଦେଶରେ ବୃଦ୍ଧି ପାଇବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ଚାପ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଓ ଯତ୍ନ ନେଉଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଦରମା ଦୁଇଗୁଣ କରିବା ପାଇଁ ଘୋଷଣା କରିଛନ୍ତି ।

କରୋନା ବିରୋଧରେ ଚାଲିଥିବା ସଂଗ୍ରାମର ଏହି ଆଗଧାଡିର ଯୋଦ୍ଧାମାନଙ୍କ ମନୋବଳ ବଢାଇବା ପାଇଁ ହରିଆଣା ସରକାର ଏହି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଖଟ୍ଟର୍ ।

ଏଥି ସହିତ କରୋନା ସଂକ୍ରମଣ ବିରୋଧରେ ଚାଲିଥିବା ସଂଗ୍ରାମରେ ନିୟୋଜିତ ପୋଲିସ କର୍ମଚାରୀଙ୍କ ପାଇଁ ୩୦ ଲକ୍ଷ ଟଙ୍କାର ଜୀବନବୀମା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.