Latest Odisha News

ରାଜ୍ୟରେ ଆଉ ଚାରି କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୪୮ ଛୁଇଁଲା

ଭୁବନେଶ୍ୱର: ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟରେ ଆଉ ଚାରି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହ ଗୁରୁବାର ଦିନ ମୋଟ ୬ ଜଣ କରୋନା ପଜିଟିଭ ଜଣାପଡିଥିବା ବେଳେ ରାଜ୍ୟରେ ମୋଟ ସଂଖ୍ୟା ୪୮ରେ ପହଞ୍ଚିଛି । ଏ ସମ୍ପର୍କରେ ଓଡିଶା ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।


ତେବେ ଚିହ୍ନଟ ହୋଇଥିବା କରୋନା ପଜିଟିଭ ରୋଗୀଙ୍କ ଜିଲ୍ଲା କିମ୍ବା ଏ ସମ୍ପର୍କୀତ ସବିଶେଷ ସୂଚନା ବିଭାଗ ପକ୍ଷରୁ ଦିଆଯାଇନାହିଁ ।
ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ଚିହ୍ନଟ ହୋଇଥିବା ଦୁଇ କରୋନା ପଜିଟିଭଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ୫୧ ବର୍ଷୀୟା ମହିଳା ଓ ଅନ୍ୟ ଜଣେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ୬୯ ବର୍ଷୀୟ ବୃଦ୍ଧ ।

Leave A Reply

Your email address will not be published.