ଗଞ୍ଜାମ: ସୋମବାର ଗଂଜାମରେ ହେବାକୁ ଥିବା ମେରୁ ଯାତ୍ରାକୁ ବନ୍ଦ କରାଯାଇଛି । ଏନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ଯାତ୍ରା ପାଇଁ କେହି ମଧ୍ୟ ଘରୁ ବାହାରିବେ ନାହିଁ ।
କରୋନା ମହାମାରୀ ମୁକାବିଲା ପାଇଁ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ । ଏଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ପାଇଁ ମନ୍ଦିର ଖୋଲାଯିବ ନାହିଁ। କେବଳ ପୂଜକ ମନ୍ଦିରକୁ ଯାଇ ପୂଜା କରିବେ। ଯେଉଁ ଭକ୍ତମାନେ ଏହି ୧୩ଦିନର ଦଣ୍ଡ ଯାତ୍ରାର ନିୟମ ପାଳନ କରି ରହିଥିଲେ ସେମାନେ ଭୋରରୁ ଆସି ମନ୍ଦିର ନିକଟରେ ନଡ଼ିଆ ଭୋଗ କରି ନୀତି ପାଳନ କରିପାରିବେ।
ଲକ୍ ଡାଉନ୍କୁ ଗଞ୍ଜାମବାସୀ ପାଳନ କରନ୍ତୁ। ଏହାକୁ ଯଦି କେହି ଭାଙ୍ଗନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପୂର୍ବରୁ କରୋନାପାଇଁ ମା ତାରାତାରିଣୀଙ୍କ ଚଇତି ଯାତ୍ରା ଓ ଦଣ୍ଡ ଯାତ୍ରାକୁ ବନ୍ଦ କରାଯାଇଥିଲା।
BREAKING NEWS
- ପଡିଲା ପ୍ରଭାବ; ପିଏମ ମୋଦୀଙ୍କୁ ଭେଟିଲା ପରେ ୧୪ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ଶ୍ରୀଲଙ୍କା
- ୱାକଫ ବିଲ୍ ସମର୍ଥନ ନେଇ ବିଜେଡି ସୁପ୍ରିମୋଙ୍କୁ ନରସିଂହଙ୍କ ଟାର୍ଗେଟ, ବାହ୍ୟ ଶକ୍ତି କଥା କହି ପ୍ରସନ୍ନ କଲେ ସନ୍ଦେହ
- ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ ୨୦୨୫ର “ଲୋଗୋ ଏବଂ ମାସ୍କଟ-ଆଶା” ଲୋକାର୍ପିତ
- ବିଜେଡି ସଫା ହୋଇଯିବ, ପରୋକ୍ଷରେ ପାଣ୍ଡିଆନଙ୍କ ନେତୃତ୍ୱକୁ ଟାର୍ଗେଟ କଲେ ବଳଭଦ୍ର ମାଝୀ
- ପୁଣି ଖସିଲା ସୁନା ଦର, ଆସନ୍ତା ସପ୍ତାହରେ ଏତେ ଟଙ୍କା କମିବ
- ଟ୍ରମ୍ପ୍ଙ୍କ ବିରୋଧରେ ବଡ଼ ବିକ୍ଷୋଭ, ଆଗକୁ ହୋଇପାରେ ବଡ଼ ଚ୍ୟାଲେଞ୍ଜ
- ବିଜେଡିରେ କନ୍ଦଳ ବେଳେ ନବୀନଙ୍କୁ “ଚୁପ୍ ସୈତାନ୍” କହି କଟାକ୍ଷ କଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ
- ୧୧ଦିନ ହେଲା ଜଳୁଛି ଜମ୍ମୁ-କାଶ୍ମୀର; ଆହୁରି ଏପ୍ରିଲ ୧୦ ଯାଏଁ ବନାଗ୍ନି ଆଲର୍ଟ
- ‘କାହିଁକି ଇଂରାଜୀ ଭାଷା ବ୍ୟବହାର କରୁଛ?’ କଡ଼ା ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ
- ସିପିଆଇ(ଏମ)ର ନୂତନ ସାଧାରଣ ସମ୍ପାଦକ ଭାବେ ଏମଏ ବେବି ନିର୍ବାଚିତ
Comments are closed.