Latest Odisha News

BREAKING NEWS

ତାଜ ହୋଟେଲର ୬ କର୍ମଚାରୀଙ୍କୁ କରୋନା

ମୁମ୍ବାଇ: ମୁମ୍ବାଇର ତାଜ ହୋଟେଲର ୬ କର୍ମଚାରୀ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହୋଟେଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ହୋଟେଲ ଅଧିକାରୀ ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଇଥିଲେ । ସେମାନଙ୍କ ମଧ୍ୟରୁ ଉପରୋକ୍ତ ୩ ଜଣ କୋଭିଡ-୧୯ରେ ଆକ୍ରାନ୍ତ ଥିବା ଜଣା ପଡିଥିଲା ।

ମହାରାଷ୍ଟ୍ର ସରକାର ରାଜ୍ୟକୁ ୩ଟି ଜୋନ୍‌ରେ ବିଭକ୍ତ କରିଛନ୍ତି । ୧୫ରୁ ଅଧିକ ସଂକ୍ରମିତ ଥିବା ଜିଲାଗୁଡ଼ିକୁ ରେଡ୍ ଜୋନ୍‌, ଏହାଠାରୁ କମ୍ ସଂଖ୍ୟକ ସଂକ୍ରମିତ ଥିବା ଜିଲାକୁ ଅରେଞ୍ଜ୍ ଜୋନ୍ ଏବଂ କୌଣସି ସଂକ୍ରମିତ ନ ଥିବା ଜିଲାଗୁଡ଼ିକୁ ଗ୍ରୀନ୍ ଜୋନ୍ ଭାବେ ଚିହ୍ନଟ କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୭୮ ଥିବାବେଳେ ମୃତ୍ୟୁ ସଂଖ୍ୟା ୧୨୭ରେ ପହଞ୍ଚିଛି ।

Leave A Reply

Your email address will not be published.