ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । କରୋନା ରୋଗୀଙ୍କୁ ଅଧିକରୁ ଅଧିକ ଚିହ୍ନଟ କରିବା ପାଇଁ ନମୁନା ପରୀକ୍ଷା ଉପରେ ଜୋର ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧,୮୬,୯୦୬ ଜଣଙ୍କର ନମୁନା ପରୀକ୍ଷା ହୋଇଛି । ସେଥିମଧ୍ୟରୁ ୪.୩ ପ୍ରତିଶତ ପଜିଟିଭ କେସ୍ ରହିଛି ।
ଏହାଛଡା ଗତ ୫ ଦିନ ରିପୋର୍ଟ ଅନୁଯାୟୀ, ଦୈନିକ ହାରାହାରି ୧୫ ହଜାର ନମୁନା ପରୀକ୍ଷା କରାଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ସେହିପରି କରୋନାର ମୁକାବିଲା ପାଇଁ ଏବେ ଦେଶରେ ୬୦୧ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଥିବା ବେଳେ ଏକ ଲକ୍ଷ ୫ ହଜାର ଶର୍ୟ୍ୟା ପ୍ରସ୍ତୁତ ହୋଇ ରହିଛି । ରୋଗୀ ସଂଖ୍ୟା ବଢିବା ସହ କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ମଧ୍ୟ ବଢାଯାଉଛି।
ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣର ୯୦୯ଟି ନୂଆ କେସ୍ ସାମ୍ନାକୁ ଆସିଛି। ଏ ପର୍ୟ୍ୟନ୍ତ ସଂକ୍ରମଣରେ ପୂରା ଦେଶରେ ୨୭୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୭୪ ଜଣ ସୁସ୍ଥ ହୋଇ ଫେରି ଥିବା ବେଳେ ୩୪ ଜଣଙ୍କର ମୃତ୍ୟୁ ହୋଇଛି ।
BREAKING NEWS
- ରୋହିତ ଶର୍ମା ଆଘାତପ୍ରାପ୍ତ !
- ଓଡ଼ିଶା ଭଳି ରାଜ୍ୟର ନେତା, ତା ନିଜ ମାଟିର ପୁଅ ହୁଅନ୍ତୁ; ଜୟଶଙ୍କର
- ନାମାଙ୍କନ ଦାଖଲ କଲେ କଂଗ୍ରେସ ପାର୍ଥୀ ସୁଜିତ ମହାପାତ୍ର
- ନାମାଙ୍କନ ଭରିଲେ ଉପାସନା; କହିଲେ, ବ୍ରହ୍ମଗିରି ଲୋକଙ୍କ ସ୍ୱର ହେବି
- ଓଡିଶାରେ ଗ୍ରୀନ ଆମୋନିଆ ଓ ଗ୍ରୀନ ହାଇଡ୍ରୋଜେନ ପ୍ରକଳ୍ପ
- ରାଣୀଙ୍କ ଆଖିରେ ଲୁହ !
- ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲୀ
- ‘ରାହୁଲ ଗାନ୍ଧୀ ପାକିସ୍ତାନରୁ ନିର୍ବାଚନ ଲଢିବା ଉଚିତ୍’
- ରାଜ୍ୟପାଳଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ; ରାଜଭବନର ସିସିଟିଭ ଫୁଟେଜ୍ ମାଗିଲେ କଲିକତା ପୋଲିସ୍
- ଆମ୍ରି ହସ୍ପିଟାଲ ପକ୍ଷରୁ ମାଗଣା ଯକୃତ ପରାମର୍ଶ ଶିବିର ଆୟୋଜିତ