Latest Odisha News

BREAKING NEWS

କ୍ୱାରେଂଟାଇନ ଅବଧି ସରିଲା, ପୁଣି ଲୁଚିଲେ ମୌଲାନ ସାଦ

ନୂଆଦିଲ୍ଲୀ:କ୍ୱାରେଂଟାଇନ ଅବଧି ସରିବା ସତ୍ୱେ ମୌଲାନ ସାଦ ସମ୍ମୁଖକୁ ନ ଆସିବା ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି । ତବଲିଗ ଜମାତଙ୍କ ଦାୟିତ୍ୱହୀନତା ଓ ମୂର୍ଖାମୀ ଯୋଗୁ ଭାରତରେ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିଥିଲା । ପୋଲିସ ଏବଂ ଯାଂଚ ଏଜେନ୍ସି ଘଟଣାର ତଦନ୍ତ କରୁଛି । ଇତି ମଧ୍ୟରେ ମୌଲାନଙ୍କ ବ୍ୟାଙ୍କ ଖାତା, ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଓ ୧ ମାର୍ଚ୍ଚ ପରେ ଜମାତିୟୋଁଙ୍କୁ କଣ ସନ୍ଦେଶ ଦେଇଥିଲେ ସେ ସବୁର ପୋଲିସ ତଦନ୍ତ କରୁଛି ।

୨୮ ତାରିଖ ରାତିରେ ମୌଲାନ ସାଦ ଫେରାର ହୋଇ ଯାଇଥିଲେ । ଏହା ପରେ ସେ କ୍ୱାରେଂଟାଇନରେ ଅଛନ୍ତି ବୋଲି ତାଙ୍କ ଓକିଲ କହିଥିଲା । ଏବେ ସୁଦ୍ଧା ୨୪୦୦ ତବଲିଗ ଜମାତିଙ୍କୁ ଦିଲ୍ଲୀର ବିଭିନ୍ନ କ୍ୱାରେଂଟାଇନ ସେଂଟରରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ ୭୪୬ କରୋନା ପଜିଟିଭ ଅଛନ୍ତି ।

Leave A Reply

Your email address will not be published.