ପୁରୀ: ପୁରୀ ସ୍ୱର୍ଗଦ୍ୱାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ ଓ ପାଣି ସ୍ପ୍ରେ କରାଯାଇଛି । ବୁଧବାର ସକାଳୁ ୨ ରୁ ଅଧିକ ଅଗ୍ନିଶମ ବାହିନୀ ଗାଡି ସହାୟତାରେ ସ୍ୱର୍ଗଦ୍ୱାରରେ ପାଣି ସ୍ପ୍ରେ କରାଯିବା ପାଇଁ ନିୟୋଜିତ ହୋଇଛି ।
ସ୍ୱର୍ଗଦ୍ୱାର ଭିତର ଓ ଏହାର ଚତୁର୍ପାଶ୍ୱ ସହ ଏହାସହ ରାସ୍ତା ଓ ବେଳାଭୂମି ମାର୍ଗକୁ ସାନିଟାଇଜ କରାଯାଇଛି ।
କରୋନା କଟକଣାକୁ ନଜରରେ ରଖି ନୂଆ ନିୟମ ମଧ୍ୟ ଲାଗୁ କରାଯାଇଛି । ଶବଦାହ ସମୟରେ ଯେଭଳି ଅଧିକ ସଂଖ୍ୟାରେ ଲୋକ ଭିଡ଼ ନ କରିବେ ତାହା ଉପରେ ପ୍ରଶାସନ ଦୃଷ୍ଟି ରଖିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି
Comments are closed.