Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ମାନି ମାସିକ ଫି ହ୍ରାସ କଲା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌

ଭୁବନେଶ୍ୱର: ଲକ୍‌ଡାଉନକୁ ଦୃଷ୍ଟିରେ ରଖି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପ୍ରଥମ ତିନିମାସର ଫି ହ୍ରାସ କରିଛି ।

ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ଯେ, ଅଭିଭାବକମାନେ ଏନେଇ ଆବେଦନ କରି ଏହି ସ୍କୁଲ୍ ଫି ପାଇପାରିବେ ।

ଯଦି ଏହି ଲକ୍‌ଡାଉନର ଅବଧି ଆଗକୁ ଆହୁରି ବୃଦ୍ଧି ପାଏ ତେବେ ସ୍କୁଲ୍ କର୍ତ୍ତୃପକ୍ଷ ଏନେଇ ବିଚାର ମଧ୍ୟ କରିବେ ବୋଲି ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ୍ ୧୦ ତାରିଖରେ ସମସ୍ତ ଘରୋଇ ବିଦ୍ୟାଳୟମାନଙ୍କୁ ଏପ୍ରିଲ୍‌, ମେ ଏବଂ ଜୁନ ମାସର ଫି ସମ୍ପୂର୍ଣ୍ଣ ଛାଡ଼ ବା ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ତଥା ସାରା ଦେଶରେ ଲକ୍‌ଡାଉନ୍ ଚାଲିଥିବା ଯୋଗୁଁ ଅଭିଭାବକମାନଙ୍କ ମାସିକ ଦରମା ମଧ୍ୟ ପ୍ରଭାବିତ ହୋଇଛି ।

ଅପରପକ୍ଷରେ ସ୍କୁଲ୍ କର୍ତ୍ତୃପକ୍ଷ ମଧ୍ୟ ଅଭିଭାବକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ (ସିଏମଆରଏଫ) ଦାନ କରିବାକୁ ନିବେଦନ କରିଛନ୍ତି । ସ୍କୁଲର ସମସ୍ତ ଶିକ୍ଷକ ଓ ଷ୍ଟାଫମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଗୋଟିଏ ଦିନର ଦରମା ଦାନ କରିଥିବା ବେଳେ ଅଧ୍ୟକ୍ଷ ତଥା ନିର୍ଦ୍ଦେଶକମାନେ ଗୋଟିଏ ମାସର ବେତନ ଦାନ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଲକ୍‌ଡାଉନ୍ ସମୟରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଏବେ ଅନ୍ ଲାଇନ ମାଧ୍ୟମରେ ଶିକ୍ଷାଦାନ ଅନୁଷ୍ଠିତ ହେଉଛି । ସମସ୍ତ ଛାତ୍ରଛାତ୍ରୀ ଜୁମ୍ କ୍ଲାସ ଦ୍ୱାରା ଶିକ୍ଷାଦାନ ପାଇପାରୁଛନ୍ତି ।

Leave A Reply

Your email address will not be published.