Latest Odisha News

BREAKING NEWS

କରୋନା ଅପଡେଟ୍‌; କାହିଁକି ଚର୍ଚ୍ଚାରେ ଆସାମ୍ ଟ୍ରାଫିକ ପୋଲିସ୍ ?

ଆସାମ: ସୋସିଆଲ୍ ମିଡିଆରେ ଭାଇରାଲ୍ ଆସାମ୍ ଟ୍ରାଫିକ ପୋଲିସଙ୍କ ଭିଡିଓ । ଲକ୍‌-ଡାଉନ୍ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ପାରମ୍ପରିକ ରୋଙ୍ଗାଲି ବିହୁ ଉତ୍ସବ ପାଳନ କରିବାରେ ନଜର ଆସିଥିଲେ ଆସାମ ଟ୍ରାଫିକ୍ ପୋଲିସ ।

୪୦ ସେକେଣ୍ଡର ଏହି ଭିଡିଓଟି ଏବେ ଇଣ୍ଟରନେଟରେ ସେନ୍ସେସନ କ୍ରିଏଟ କରିଛି । ଭିଡିଓରେ ଆସାମ ଟ୍ରାଫିକ୍ ପୋଲିସ ବିଭାଗର ଏକାଧିକ କର୍ମଚାରୀ ପାରମ୍ପରିକ ରୋଙ୍ଗାଲି ବିହୁ ଉତ୍ସବ ପାଳନ କରିବାରେ ଦେଖିବାକୁ ମିଳିଥିଲା ।

ସାରା ଦେଶରେ ଲକ୍‌-ଡାଉନ୍ ଥିବାବେଳେ ମଙ୍ଗଳବାର ଦିନ ଆସାମ ବାସିନ୍ଦା ରୋଙ୍ଗାଲି ବିହୁ ପର୍ବ ପାଳନ କରିବା ନେଇ ବଂଚିତ ହୋଇଥିଲେ । ଏଥିପାଇଁ ଏକାଧିକ ଟ୍ରାଫିକ୍ ପୋଲିସ ଗୀତ ଗାଇବା ସହ ଢୋଲ ବଜାଇ ରାସ୍ତାରେ ନାଚି ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ତେବେ ଏକାଠି ନାଚଗୀତରେ ସାମିଲ ଥିବା ଆସାମ୍ ଟ୍ରାଫିକ୍ ପୋଲିସ ମାସ୍କ ଓ ହାତରେ ଗ୍ଲୋବ୍ସ ପିନ୍ଧିବାକୁ ଭୁଲିନଥିଲେ ।

Leave A Reply

Your email address will not be published.