ମାଲକାନଗିରି: ମାସା ମାସ ଧରି ମଣ୍ଡିରେ ପଡି ରହିଛି ଧାନ । ତାଲାବନ୍ଦ ଭିତରେ ଖୋଲା ଆକାଶ ତଳେ ପଡି ରହିଥିବା କ୍ୱିଂଟାଲ କ୍ୱିଂଟାଲ ଧାନ ବର୍ଷାରେ ଭିଜି ଗଜା ହେଲାଣି । ଏହାକୁ ନେଇ ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି । ଚାଷୀର ବର୍ଷ ଯାକର ପରିଶ୍ରମ ପାଣିରେ ଭାସି ଯାଉଛି । ବସ୍ତା ବସ୍ତା ଧାନ ବର୍ଷାରେ ଓଦା ହୋଇ ନଷ୍ଟ ହୋଇଯାଇଥିବା ଦେଖି ଚାଷୀର ଦେହ ସହୁନି ।
ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ଅଂଚଳରେ । ଖଇରପୁଟ ବ୍ଲକ୍ ନିୟନ୍ତ୍ରିତ ବଜାର କମିଟି ପରିସରରେ ଏବେ ନଷ୍ଟ ହୋଇଯାଇଥିବା ଧାନକୁ ଶୁଖାଇବାରେ ଲାଗି ପଡ଼ିଛନ୍ତି ଚାଷୀ । ଖରିଫ ମଣ୍ଡି ଚାଲି ଥିବା ବେଳେ ଚାଷୀମାନେ ଏହି ଧାନ ଆଣିଥିଲେ । କିନ୍ତୁ ଟୋକନ୍ ମିଳିବାରେ ସମସ୍ୟା ଯୋଗୁ ବିକି ପାରିନଥିଲେ । ବାଧ୍ୟହୋଇ କମିଟି ପରିସରରେ ରଖିଥିଲେ । କେଇଦିନ ତଳେ ହୋଇଥିବା ବର୍ଷାରେ ତାହା ସମ୍ପୂର୍ଣ୍ଣ ଓଦା ହୋଇ ଗଜା ହୋଇଯାଇଛି ।
ସେପଟେ ମଣ୍ଡିରେ ଧାନ ନଷ୍ଟ ହେଉଥିଲେ ବି ଲକଡାଉନ୍ର ଆଳ ଦେଖାଇ ଚାଷୀଙ୍କ ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଧାନ କ୍ରୟ ପ୍ରକ୍ରିୟା ଶେଷ ହୋଇଛି । ହେଲେ ଟୋକନ ପାଇଥିବା ଚାଷୀ ଧାନ ବିକ୍ରି ପାଇଁ ଆଜି ବି ମଣ୍ଡିରେ ଅପେକ୍ଷା କରିଛନ୍ତି । ଧାନ ଘରକୁ ଫେରାଇ ନେବାକୁ ଲ୍ୟାମ୍ପସ କର୍ତୃପକ୍ଷ କହୁଥିବା ଅଭିଯୋଗ କରିଛନ୍ତି ଚାଷୀ ।
BREAKING NEWS
- ପ୍ଲେ-ଅଫରେ ମୁମ୍ବାଇ ଇଣ୍ଡିଆନ୍ସ ସ୍ଥାନ ପାଇବାର ଆଶା ଧୂଳିସାତ
- ଲକ୍ଷ୍ନୌର ମୁଣ୍ଡ ବିନ୍ଧାଇଲେ ହେଡ-ଅଭିଷେକ, ୬୨ ବଲ ବାକିଥାଇ ମ୍ୟାଚ ଜିତାଇଲେ
- ଅମ୍ବାନୀ-ଆଦାନୀ ପ୍ରସଙ୍ଗ: ମୋଦୀଙ୍କ ଅଭିଯୋଗର ଜବାବ ଦେଲେ ରାହୁଲ
- ହସ୍ପିଟାଲରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା: କହିଲେ ମୃତ୍ୟୁ ହେଲେ ବିଜେଡି ନେତା ବ୍ୟୋମକେଶ ଦାୟୀ
- ‘ରାଜ୍ୟରେ ବିଜେପି ସରକାର କଲେ ଦେଶୀ ମଦ ସମ୍ପୂର୍ଣ୍ଣ ବ୍ୟାନ୍ ହେବ’
- ଲୋକସଭାରେ ବୃଦ୍ଧି ପାଉଛି ବୟୋଜ୍ୟେଷ୍ଠ ସାଂସଦଙ୍କ ସଂଖ୍ୟା
- ବିଜେଡିରେ ଏକନାଥ ସିନ୍ଦେ !
- ପାଣ୍ଡିଆନ କହିଲେ ବିଜେଡିକୁ ଭାଙ୍ଗିବାକୁ ପ୍ରୟାସ ହୋଇପାରେ, ବିଜେପି ପଚାରିଲା ଏତେ ଭୟ କାହିଁକି?
- କାହିଁକି ଜୁନ୍ ୯ରେ ନବୀନ ଷଷ୍ଠ ଥର ପାଇଁ ଶପଥ ନେବେ କହିଲେ ପାଣ୍ଡିଆନ୍?
- ୨୦ ମିନିଟ୍ ଧରି ଅନ୍ଧାରରେ ରହିଲା ଶ୍ରୀମନ୍ଦିର