Latest Odisha News

BREAKING NEWS

ଲକ୍‌-ଡାଉନରେ ବି କୃଷି ଗତିବିଧିରେ ଓଡ଼ିଶା ଆଗୁଆ: ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ ସତ୍ତ୍ୱେ ଖରିଫ ଧାନ ବିହନ ଚାଷରେ ଅଗ୍ରଣୀ ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ସାମିଲ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ କହିଛନ୍ତି।

ଗଣମାଧ୍ୟମ ସମ୍ମୁଖରେ ଏକ ଭିଡିଓ କନଫରେନ୍ସିଂ ଜରିଆରେ ସେ କହିଛନ୍ତି, “କୃଷି ଉତ୍ପାଦନ ଦୃଷ୍ଟିରୁ ଆମେ ସର୍ବଦା ଉଚ୍ଚରେ ରହିଛୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଚାଉଳ ଏବଂ ଗହମର ପରିମାଣ ଗତ ବର୍ଷ ତୁଳନାରେ ୩୦% ଅଧିକ ଗଚ୍ଛିତ ରହିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନା ଅନୁଯାୟୀ ସ୍ବାଭାବିକ ବୃଷ୍ଟିପାତ ଯୋଗୁଁ ଏଥର କୃଷି ଉତ୍ପାଦନ ଭଲ ରହିବ ବୋଲି ସେ କହିଛନ୍ତି।

Comments are closed.