Latest Odisha News

BREAKING NEWS

ଏଣିକି ଓଡିଶାର ଯେକୌଣସି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜୋରିମାନା

ଭୁବନେଶ୍ୱର: ରାଜ୍ୟର ଯେକୌଣସି ସର୍ବସାଧାରଣ ସ୍ଥାନରେ ଏଣିକି ବାହାରେ ଛେପ ପକାଇଲେ ଜୋରିମାନା ଦେବାକୁ ପଡିବ । ଏସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ମହାମାରୀ ବିପର୍ଯ୍ୟୟ ଆଇନ ୧୮୯୭ ଅନ୍ତର୍ଗତ କୋଭିଡ୍‌୧୯ ନିୟମାବଳୀ ଆଧାରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ଠାରୁ ଏହାକୁ ଦଣ୍ଡନୀୟ ଅପରାଧ ବିବେଚନା କରାଯାଇଥିବା କହିଛନ୍ତି ।

BjdElectrycity

ଏହା ଉଲଂଘନ କରି ବାହାରେ ଛେପ ପକାଉଥିବା ବ୍ୟକ୍ତିଙ୍କୁ ପ୍ରଥମ ଥର ଅପରାଧ ପାଇଁ ୨୦୦ ଟଙ୍କା ଜୋରିମାନା ବ୍ୟବସ୍ଥା ରହିଥିବା ବେଳେ ପରବର୍ତ୍ତୀ ଅପରାଧ ପାଇଁ ୫୦୦ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡିବ ବୋଲି ସେ ସୂଚନା ଦେଇଛନ୍ତି ।

ଏହି ଜୋରିମାନା ବ୍ଳକ୍ ଏକ୍ସଟେନ୍ସନ୍ ଅଫିସର, ଅତିରିକ୍ତ ତହସିଲଦାର, ପୋଲିସର ଆସିଷ୍ଟାଣ୍ଟ ସବ୍ ଇନିସ୍ପେକ୍ଟର ଏବଂ ମ୍ୟୁନିସିପାଲିଟିର ୱାର୍ଡ ଅଧିକାରୀମାନେ ଲାଗୁ କରିବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଏହିଭଳି ଜୋରିମାନା ଆଦାୟ ଆରମ୍ଭ ହୋଇଥିବାେ ବେଳେ ପରବର୍ତ୍ତୀ ସମୟରେ ଭଦ୍ରକ ଜିଲ୍ଲାରେ ଏହା ଲାଗୁ ହୋଇଥିଲା ।

Leave A Reply

Your email address will not be published.