Latest Odisha News

BREAKING NEWS

ପାକିସ୍ତାନରେ ଚାଲିଛି ଅଜବ କାର୍ଯ୍ୟ; ନାଚିଲେ ମିଳୁଛି କରୋନା ସହଯୋଗ !

ଇସ୍ଲାମାବାଦ: ଘାତକ କରୋନା ମହାମାରୀର ଯନ୍ତ୍ରଣା ଭୋଗୁଛି ଏବେ ସାରା ବିଶ୍ୱ । ତେବେ ପାକିସ୍ତାନରେ ସାଧାରଣ ଜନତାଙ୍କ ସମେତ ଗରିବ ଅସହାୟ ଜନସାଧାରଣ ଅସହ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାକିସ୍ତାନରେ ଅଧିକାଂଶ ଗରିବ ଜନସାଧାରଣ ଭୋଗୁଛନ୍ତି ଅବ୍ୟକ୍ତ ଯନ୍ତ୍ରଣା । କେବଳ ଜନସାଧାରଣ ନୁହଁନ୍ତି ପାକିସ୍ତାନ ଗଣମାଧ୍ୟମ ମଧ୍ୟ ଗତ କେତେ ସପ୍ତାହ ହେଲା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ପାକିସ୍ତାନ ସରକାରକୁ କଡ଼ା ସମାଲୋଚନା କରିଛନ୍ତି । ଗରିବ ଜନସାଧାରଣଙ୍କୁ ସହଜରେ ମିଳୁନି ସରକାରୀ ସହାୟତା । ଏଥିଲାଗି ଦରିଦ୍ର ବେସାହାରା ଲୋକମାନଙ୍କୁ ସହାୟତା ରାଶି ଲାଗି ନାଚିବାକୁ ପଡୁଛି । ଏପରି ଘୃଣ୍ୟ ତଥା ଅସାମାଜିକ କାର୍ଯ୍ୟକଳାପର ଭିଡ଼ିଓ ସାରା ବିଶ୍ୱରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡ଼ିଓକୁ ଏବେ ସୋସିଆଲ୍ ମିଡ଼ିଆରେ କଠୋର ଭାବେ ୟୁଜର୍ସମାନେ ନିନ୍ଦା କରିବାକୁ ପଛେଇ ନାହାନ୍ତି ।

ଏହି ଘଟଣା ସମ୍ପର୍କରେ ପାକିସ୍ତାନ ସମେତ ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ପାକିସ୍ତାନରେ ଗରିବ ଦିନ ମଜୁରିଆଙ୍କୁ ଏହି ଦୁର୍ଦ୍ଧିନରେ ‘ଏହସାସ’ ନାମକ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ସହାୟତା ରାଶି ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି ।

ଗରିବ ଲୋକମାନେ ଏହି ସହାୟତା ରାଶି ନେବାକୁ ହେଲେ ସେମାନଙ୍କୁ ନାଚିବାକୁ ପଡୁଛି । ଖାଲି ସେତିକି ନୁହେଁ ଇମ୍ରାନ ଖାନ୍ ଜିନ୍ଦାବାଦ ବୋଲି ମଧ୍ୟ କହିବାକୁ ପଡୁଛି । ଯଦି ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଜୟଗାନ କେହି ନକରୁଛି ତେବେ ତାହାକୁ ପଇସା ଦିଆଯାଉନାହିଁ ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ଅଧିକାରୀମାନେ ଭିଡ଼ିଓ ରେକଡର଼୍ିଂ କରିବା ସହିତ ଏହାକୁ ଉପରିସ୍ଥ ଅଫିସରଙ୍କୁ ଦେଉଛନ୍ତି । ଏପରି ଏକ ଭିଡ଼ିଓ ଏବେ ପାକିସ୍ତାନୀ ଗଣମାଧ୍ୟମ ଦ୍ୱାରା ଲିକ୍ ହେବା ପରେ ଏହାକୁ ନେଇ ପାକିସ୍ତାନରେ ଚର୍ଚ୍ଚା ବଢିବାରେ ଲାଗିଛି । ପାକିସ୍ତାନରେ ଏବେ ଇମ୍ରାନ ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି । କିଛିଦିନ ପୂର୍ବରୁ ସିନ୍ଧ୍ ପ୍ରଦେଶରେ କିଛି ଲୋକ ଭିଡ଼ିଓ ମାଧ୍ୟମରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡ଼ିଛନ୍ତି । ଭିଡ଼ିଓ ମାଧ୍ୟମରେ ପାକିସ୍ତାନୀ ନାଗରିକ ମାନେ କହିଛନ୍ତି ଯେ, ମୋଦୀ ଆମକୁ ବଞ୍ଚାଅ । ମୋଦୀ ଆମକୁ ରକ୍ଷାକର । ଏହିପରି କିଛି ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ପ୍ରସାରିତ ହେବାପରେ ଏହା ସମସ୍ତଙ୍କୁ ଚକିତ କରିଛି ।

 

Leave A Reply

Your email address will not be published.