Latest Odisha News

ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଆଉ ପାଞ୍ଚ ଗିରଫ

ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ଗୋପୀନାଥପୁର ଗାଁରେ ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ପୋଲିସ ଗିରଫ କରିଛି । ଶନିବାର ଏହି ଘଟଣାରେ ୩ଜଣକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା ।

ଆକ୍ରମଣ ଘଟଣା ପରେ ଗୋପୀନାଥପୁର ଗାଁର ମୁସଲିମ ସାହିରେ ୧୪୪ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ତେଣୁ ଗାଁ ପୁରା ଖାଁ ଖାଁ । ଘରୁ କେହି ବାହାରକୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯାଇଛି ।

ଗତକାଲି ରସୁଲପୁର ବ୍ଲକରେ ଲକଡାଉନ ସ୍ଥିତିର ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କ ସହ ରସୁଲପୁର ବିଡିଓ ଓ ତହସିଲଦାର ମଧୁବନ ଅଂଚଳକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ତିନି ଜଣ ଯୁବକ ମାସ୍କ ନ ପିନ୍ଧି ବାଇକରେ ଯାଉଥିବା ଦେଖି ସେମାନଙ୍କୁ ଅଟକାଇଥିଲେ । କିନ୍ତୁ ସେମାନେ ନ ମାନି ଗୋପୀନାଥପୁର ଗାଁକୁ ଚାଲିଯାଇଥିଲେ । ସେଠାରେ ପ୍ରଶାସନିକ ଅଧିକାରୀମାନେ ପହଂଚିବା ପରେ ସେମାନଙ୍କୁ ଗାଁ ଲୋକେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏପରିକି ଜିଲ୍ଲାପାଳଙ୍କୁ ର୍ଦୁବ୍ୟବହାର କରିବାକୁ ବି ପଛେଇନଥିଲେ । ପରେ ଯାଜପୁର ଏସ୍‌ପି ଘଟଣାସ୍ଥଳରେ ପହଂଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

Leave A Reply

Your email address will not be published.