Latest Odisha News

BREAKING NEWS

କରୋନା ଲକ୍‌-ଡାଉନ୍‌; ଲୋକଙ୍କ ଭୋକ ମେଣ୍ଟାଇବାକୁ ଜମି ବିକିଲେ ୨ ଭାଇ !

କର୍ଣ୍ଣାଟକ: କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍‌-ଡାଉନ୍ ଘୋଷଣା କରିଥିଲେ । ଏପରି ସ୍ଥିତିରେ କୋଲାରର ଦୁଇ ଭାଇ ତାଜାମୁଲ୍ ଓ ମୁଜାମିଲ୍ ପାସା ଆର୍ଥିକ ସମସ୍ୟା ପାଇଁ ଜମି ବିକି ଅଭାବି ଓ ଅସହାୟ ଲୋକଙ୍କ ଭୋକିଲା ପେଟକୁ ଶାନ୍ତ କରିଥିଲେ ।

ଲକ୍‌-ଡାଉନ୍ ସମୟରେ କାମ ଓ ଖାଇବାକୁ ନ ପାଇ ହନ୍ତସନ୍ତ ହେଉଥିବା ଲୋକଙ୍କୁ ସେମାନେ ବଢାଇଥିଲେ ସହାୟତାର ହାତ । କୋଲାର୍ ହାଉସିଂ ବୋର୍ଡ କଲୋନୀରେ ରହୁଥିବା ଦୁଇ ଭାଇ ୨୫ ଲକ୍ଷ ଟଙ୍କାରେ ନିଜ ଜମିକୁ ବିକ୍ରି କରିଥିଲେ । ଏହି ଟଙ୍କାକୁ ସେମାନେ ଗରିବ ଲୋକଙ୍କ ରାସନ୍ ଓ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାରେ ବିନିଯୋଗ କରିଥିଲେ ।

ସୂଚନା ଅନୁଯାୟୀ ଏ ଯାବତ ଦୁଇ ଭାଇ ୨୮ଶହ ପରିବାରର ୧୨ହଜାର ଲୋକଙ୍କୁ ରାସନ ଯୋଗାଇଥିଲାବେଳେ ୨ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ପହଂଚାଇଛନ୍ତି । ରାସନ ପ୍ୟାକେଟରେ ୧୦କିଲୋ ଚାଉଳ, କିଲେ ମଇଦା,୨କିଲୋ ଅଟା, କିଲେ ଚିନି, ଖାଇବା ତେଲ, ଚା, ମସଲା, ମାସ୍କ ଓ ସାନିଟାଇଜର ରହିଥିଲା ।

ସାରା ଦେଶରେ ଯେଉଁଠି ନିଜାମୁଦ୍ଦିନ ମର୍କଜ ଘଟଣା ପାଇଁ ମୁସଲମାନ ସଂପ୍ରଦାୟ ଅପମାନ ମୁଣ୍ଡାଇଛନ୍ତି, ସେଠି କୋଲାରର ଦୁଇ ଭାଇ ମାନବ ସେବାରେ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ ।

Leave A Reply

Your email address will not be published.