Latest Odisha News

BREAKING NEWS

ଭଦ୍ରକରେ କଟକଣା କୋହଳ; ଖୋଲିଲା ଢ଼ାବା ଓ ବହି ଦୋକାନ

ଭଦ୍ରକ: ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ବେଳେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ସାମାନ୍ୟ କୋହଳ ସହ ବୁକ୍ ଷ୍ଟୋର ଏବଂ ଢାବ ଖୋଲା ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ ଆଜିଠାରୁ ଜିଲ୍ଲାରେ ବହି ଦୋକାନ ଗୁଡ଼ିକ ଖୋଲା ରହିବ। ଏପରିକି ସାମାଜିକ ଦୂରତା ବଜାୟ ରଖିବା ସହ ବୁକ୍ ଷ୍ଟୋର ଗୁଡ଼ିକ ପ୍ରତିଦିନ ସକାଳ ୬ ରୁ ୧ଟା ଯାଏଁ ସେମାନଙ୍କର ବ୍ୟବସାୟ କରିପାରିବେ।

ତେବେ ବାସୁଦେବପୁର ଏବଂ ଭଣ୍ଡାରିପୋଖରୀ ଆଦି ଅଞ୍ଚଳରେ ବୁକ୍ ଷ୍ଟୋରଗୁଡ଼ିକ ବନ୍ଦ ରହିବ। ଏଥିସହିତ କଣ୍ଟେନମେଣ୍ଟ ଅଞ୍ଚଳକୁ ଛାଡି ଅନ୍ୟ ସ୍ଥାନରେ ମୋବାଇଲ ରିଚାର୍ଜ ସେଣ୍ଟର ଖୋଲିବ।

ସେହିପରି ରଣିତାଲା ଠାରୁ ଅଖୁଆପଡା ପର୍ଯ୍ୟନ୍ତ ସମସ୍ତ ଢ଼ାବା ଗୁଡିକ ମଧ୍ୟ ଖୋଲିବ। ହେଲେ ଗ୍ରାହକମାନେ ଢ଼ାବାରେ ବସି ଖାଦ୍ୟ ଖାଇପାରିବେ ନାହିଁ ଓ କେବଳ ପାର୍ସଲ ସେବା ଉପଲବ୍ଧ ରହିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏହାବ୍ୟତୀତ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ସାମାଜିକ ଦୂରତା ନୀତି ବଜାୟ ରଖିବା ସହ ଢ଼ାବା ମାଲିକମାନଙ୍କୁ ଢ଼ାବା ନିକଟରେ ଶୌଚାଳୟ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

Comments are closed.