Latest Odisha News

BREAKING NEWS

କରୋନା ସଂକ୍ରମଣ ଯୋଗୁଁ ଓଡ଼ିଆ ବ୍ୟକ୍ତିଙ୍କ ମୁମ୍ବାଇରେ ମୃତ୍ୟୁ

ଭୁବନେଶ୍ୱର: ମୁମ୍ବାଇରେ କୋଭିଡ-୧୯ ସଂକ୍ରମଣରେ ଜଣେ ଓଡ଼ିଶା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରଚାର ପରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳ ଶୋକାର ଛାୟା ଖେଳିଯାଇଛି।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୃତ ବ୍ୟକ୍ତି ଜଣକ ଗତ ୫ ବର୍ଷ ଧରି ଚେମ୍ବୁରରେ ଥିବା ତାଙ୍କ ମାମୁଁଙ୍କ ଘରେ ରହୁଥିଲେ। ଏହାଛଡା ସେ ସ୍ଥାନୀୟ ଏକ ଘରୋଇ କମ୍ପାନୀରେ କାର‌୍ୟ୍ୟ କରୁଥିଲେ।

ଦୁଇ ଦିନ ତଳେ ତାଙ୍କର ସ୍ବାବ୍ ନମୁନା ପଜିଟିଭ୍ ବାହାରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା।

ମୃତକଙ୍କ ମାମୁଁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ଘରେ କ୍ବାରେନଣ୍ଟାଇନରେ ରଖାଯାଇଥିବା ନେଇ ସୁତ୍ରରୁ ପ୍ରକାଶ।

Comments are closed.