Latest Odisha News

BREAKING NEWS

କରୋନା ସମ୍ପର୍କିତ ମିଛ ଖବର ଉପରେ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ୱେବିନାର୍ ଆୟୋଜନ କରୁଛି ଗୁଗୁଲ ନ୍ୟୁଜ୍

ନୂଆଦିଲ୍ଲୀ: ବିଶ୍ୱର ଆଗ ଧାଡ଼ିର ଇଣ୍ଟରନେଟ ପ୍ରଦାନକାରୀ ସଂସ୍ଥା ଗୁଗୁଲ ପକ୍ଷରୁ ଓଡ଼ିଆ ଭାଷାରେ ପ୍ରଥମଥର ପାଇଁ କୋରନା ମହାମାରୀ ସମୟର ଫେକ୍ ନ୍ୟୁଜ୍ ଉପରେ ଏକ ୱେବିନାର୍ ଆୟୋଜନର ଘୋଷଣା କରାଯାଇଛି।

ଏନେଇ ଦିଲ୍ଲୀ ସ୍ଥିତ ଡେଟା ଲିଡ୍ସ ପକ୍ଷରୁ ଏକ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଗୁଗୁଲର ଗୁଗୁଲ ନ୍ୟୁଜ୍ ଇନିସିଏଟିଭ୍ ପକ୍ଷରୁ ଆୟୋଜିତ ଏହି ୱେବିନାର୍ କୁ ସାମ୍ବାଦିକ ତଥା ଗଣ ଯୋଗାଯୋଗ ପ୍ରାଧ୍ୟାପକ ଅମଜଦ୍ ବାଦଶହ ସଞ୍ଚାଳନ କରିବେ।

ଆସନ୍ତା ମେ ମାସ ୯ ତାରିଖ ରେ ହେବାକୁ ଥିବା ଏହି ୱେବିନାର୍ ପାଇଁ ଅନ୍-ଲାଇନ ରେଜିଷ୍ଟ୍ରେସନ ଲିଙ୍କ ଜାରି କରା ଯାଇଛି।

ସାମ୍ବାଦିକ, ଡାକ୍ତର, ସ୍ୱାସ୍ଥ୍ୟ ବିଭାଗରେ କାର୍ଯରତ ଅଧିକାରୀ ଠୁ ଆରମ୍ଭ କରି ନୀତିନିର୍ଧାରକ ମନେ ଏହି ୱେବିନାରରେ ଯୋଗ ଦେବା ପାଇଁ ଗୁଗୁଲ ପକ୍ଷରୁ ଅନୁରୋଧ କରାଯାଇଛି।

Comments are closed.