Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୨୫-୦୪-୨୦୨୦ ଶନିବାର 

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଅପ୍ରେଲ  ତା ୨୫ ରିଖ ଶନିବାର ମେଷ ୧୩ ଦିନ ବୈଶାଖ  ମାସ ଶୁକ୍ଳ ପକ୍ଷ  ଦ୍ବିତୀୟା ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର 
ଘାତ ବାର-:  ବୃଷ,ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର
ଆଜି:  ବୋଇତି କଖାରୁ  ଖାଇବା  ନିଷେଧ
ମେଷ  :
  ପ୍ରତେକଟି କ୍ଷେତ୍ରରେ ସଫଳତା ମିଳିବ ।ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ ।ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ଶତୃମାନେ ପରାଜିତ ହେବେ ।
ବୃଷ : 
ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ପାରିବାରିକ ଜୀବନରେ ବାଦ ବିବାଦର ସମାଧାନ ପାଇଁ ସମର୍ଥ ହେବେ ।ମହିଳାମାନେ ପରିବାରରେ ପ୍ରଶଂସିତ ହେବେ ।ବାଣିଜ୍ୟ ବ୍ଯବସାୟରେ ଅଗ୍ରଗତି ଘଟିବ ।
ମିଥୁନ  :
 ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଦିନଟି ସମ୍ପୁର୍ଣ୍ଣ ଭଲ ।ପ୍ରେମିକ ପ୍ରେମିକା ମାନେ ପ୍ରେମରେ ସଫଳତା ଲାଭ କରିବେ ।
କର୍କଟ : 
  ହାତେ ମାପି ଚାଖଣ୍ଡେ ଚାଲନ୍ତୁ ।ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।କର୍ମ କ୍ଷେତ୍ରରେ ନାନାପ୍ରକାର ବାଧାବିଘ୍ନ ଦେଖା ଦେବ।ମହିଳାମାନେ ସମାଲୋଚିତ ହେବେ ।ଦୂର ଯାତ୍ରା କରନ୍ତୁ ନାହିଁ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ଅମନ ଯୋଗି ହେବେ ।
ସିଂହ :
 ବକେୟା ଅର୍ଥ ହସ୍ତଗତ ହେବ।ନିଜ ଜୀବନ  ସାଥୀର ସାହାଯ୍ୟ ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ସୁଖ ନିଦ୍ରା ଓ ସ୍ଵାଦିଷ୍ଟ ଭୋଜନ ମିଳିବ ।ଛାତ୍ରଛାତ୍ରୀମାନେ ବିଦ୍ଯାରେ ସଫଳତା ପାଇବେ।
କନ୍ୟା :
 ଦେହ ମନ ସୁସ୍ଥ ରହିବ । ପିତାମାତା ଓ ସନ୍ତାନମାନଙ୍କର ସ୍ବାସ୍ଥ୍ଯରେ ଉନ୍ନତି ଦେଖା ଦେବ ।ଗୁପ୍ତ ଶତୃମାନେ ପରାଜିତ ହେବେ ।କର୍ମ କ୍ଷେତ୍ରରେ  ମାନ ସମ୍ମାନ ବୃଦ୍ଧି ପାଇବ ।ନିଜ ଜୀବନ ସାଥୀର ପ୍ରେରଣା ବହୁକାଶଂରେ ସାହାଯ୍ୟ କରିବ ।
ତୁଳା : 
  ପାରିବାରିକ ସମସ୍ଯା  ଆଜି ଦୂରେଇ ଯିବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ ।ଆର୍ଥିକ ଅଭିବୃଦ୍ଧି ଘଟିବ ।ମହିଳାମାନେ ଯଶସ୍ବୀ ହେବେ ।ଶତୃମାନେ ପରାଜିତ ହେବେ ।
ବିଛା  :
   ପିତା ମାତାଙ୍କ ସହିତ ମନୋମାଳିନ ଦେଖା ଦେଇପାରେ ।ମାଲିମକଦମାରେ ଅଧିକ ଖର୍ଚ୍ଚାନ୍ତ ହେବେ ।ମାନସିକ ଅସ୍ଥିରତା ଦେଖା ଦେବ ।ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ ।ମହିଳାମାନେ ନାନା ଦିଗରୁ ଅପମାନିତ ଓ ଅସୁବିଧାର ସମ୍ମୁଖୀନ ହେବେ ।
ଧନୁ :
ପାରିବାରିକ ଶାନ୍ତି ପରିଲିକ୍ଷିତ ହେବ ।ଆଶା କରୁଥିବା ଦିଗରୁ ସଫଳତା ଓ ଅର୍ଥ ପ୍ରାପ୍ତି ହେବ ।ନୂତନ ପଦ ପଦବୀ ପାଇବାପାଇଁ ଯୋଗ୍ୟ ବିବେଚିତ ହେବେ ।ବ୍ଯବସାୟିମାନେ ବ୍ଯବସାୟରେ ଆଶାନୁରୂପ ଲାଭବାନ ହେବେ ।
ମକର :
  ପାରିବାରିକ ଶାନ୍ତି ବଜାୟ ରହିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଗୁରୁଜନମାନଙ୍କର ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ।ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ
କୁମ୍ଭ:
ମାଲିମକଦମାରେ ବିଜୟୀ ହେବେ ।ମହିଳାମାନେ ପରିବାରରେ ପ୍ରଶଂସିତ ହେବେ ।ଶତୃମାନେ ପରାଜିତ ହେବେ ।ଗବେଷଣା ରତ ଛାତ୍ରଛାତ୍ରୀମାନେ ଆଶାନୁରୂପ ସଫଳତା ପାଇବେ ।ବ୍ଯବସାୟୀମାନେ ବ୍ଯବସାୟରେ ଲାଭବାନ ହେବେ ।
ମୀନ :
ଦାମ୍ପତ୍ୟ ଜୀବନ ଦୁଃଖମୟ ହେବ ।ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ବାଦବିବାଦ ଦେଖା ଦେବ ।ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ ।ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି।ବିଦ୍ଯାର୍ଥୀ ଅକୃତ କାର୍ଯ୍ୟ ହେବେ ।
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.