Latest Odisha News

BREAKING NEWS

ଅକ୍ଷୟ ତୃତୀୟା ଓ ଚନ୍ଦନଯାତ୍ରା ବିଧି ଶ୍ରୀମନ୍ଦିର ବେଢା ମଧ୍ୟରେ କରିବାକୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ

ପୁରୀ: କରୋନା ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବାରୁ ଅକ୍ଷୟ ତୃତୀୟାରେ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ବିଧି ଶ୍ରୀମନ୍ଦିର ବେଢା ମଧ୍ୟରେ କରାଯିବ ।

ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ସାକ୍ଷାତ ଆଲୋଚନା ପରେ ଶଙ୍କରାଚାର୍ଯ୍ୟ ଉଭୟ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ବିଧି ମନ୍ଦିର ବେଢା ମଧ୍ୟରେ କରିବାକୁ ପରାମର୍ଶ ଦେଇଥିବା ଗଜପତି ମହାରାଜ ଦିବ୍ୟସିଂହଦେବ ସୂଚନା ଦେଇଛନ୍ତି ।

ଗଜପତି ମହାରାଜଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି, ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏବଂ ଅନ୍ୟମାନେ ସନ୍ଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଲକ୍‌ଡାଉନ କଟକଣା ପରୀପ୍ରେକ୍ଷୀରେ ବିଧି ରକ୍ଷା ପାଇଁ ପରାମର୍ଶ ଲୋଡିଥିଲେ ।

ଏଥି ସହିତ ଆସନ୍ତାକାଲି ଦିନ ୧୦ଟା ବେଳେ ଜିଲ୍ଲାପାଳ ଓ ଏସ୍‌ପି ଏବଂ ବିଭିନ୍ନ ନିଯୋଗମାନଙ୍କର ମଧ୍ୟରେ ବୈଠକ କରାଯାଇ ଏହି ନୀତିଗୁଡିକ ସୂଚାରୁ ରୂପେ କିଭଳି ସମ୍ପନ୍ନ କରାଯିବ ସେ ନେଇ ଆଲୋଚନା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍‌ରଶାସକ ସୂଚନା ଦେଇଛନ୍ତି ।

ଏଥି ସହିତ ସମସ୍ତ ନୀତି ମନ୍ଦିର ବେଢା ମଧ୍ୟରେ କରାଯିବାକୁ ନିଆଯାଇଥିବା ନିଷ୍ପତ୍ତିରେ ସମସ୍ତେ ସହମତ ହୋଇଥିବା ସେ ପ୍ରକାଶ କରିଛନ୍ତି । ତେବେ ମେ ୩ରେ ଲକ୍ ଡାଉନ ଉଠିବା ପରେ ରଥଯାତ୍ରାର ଆକାର ଓ ବ୍ୟବସ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.