ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିର ପରିସରରେ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଓ ଅକ୍ଷୟ ତୃତୀୟା ନୀତି । ଶ୍ରୀମନ୍ଦିର ଭିତରେ ଅସ୍ଥାୟୀ କୁଣ୍ଡ କରାଯାଇ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ନୌକା ବିହାର ଛାଡି ବାହାର ଚନ୍ଦନ ଯାତ୍ରାର ସମସ୍ତ ବିଧି ପାଳିତ ହେବ ।
ସାମାଜିକ ଦୂରତା ରକ୍ଷା କରି ପଂଚ ମହାଦେବ କମିଟିର ମାତ୍ରା ୧୦ ଜଣ ସେବାୟତ ଉପସ୍ଥିତ ରହିବେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ବସିଥିବା ବୈଠକ ପରେ ପଂଚ ମହାଦେବ କମିଟି ଏନେଇ ସହମତି ପ୍ରକାଶ କରିଛି । ବିମାନବଡୁ ସେବାୟତମାନେ ମଧ୍ୟ ସହଯୋଗ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି ।
ତେବେ କେଉଁ ସ୍ଥାନରେ ଅସ୍ଥାୟୀ କୁଣ୍ଡ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ମାପଚୁପ କରାଯାଇଛି । ସେହିପରି ଶ୍ରୀମନ୍ଦିର ଭିତରେ ଚାହାଁଣିମଣ୍ଡପ ଓ ସ୍ନାନମଣ୍ଡପ ସ୍ଥଳରେ ପୂଜାପଣ୍ଡା ସାମନ୍ତମାନେ ଆଜ୍ଞାମାଳ ପ୍ରଦାନ କରିବେ । ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଲାଗି ଶୁଭ ଅନୁକୂଳ ହେବ । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପୂଜାପଣ୍ଡା ସେବାୟତମାନେ ଏନେଇ ସୂଚନା ଦେଇଛନ୍ତି ।
BREAKING NEWS
- ଭାଲେଣ୍ଟାଇନ୍ ଡେ’ରେ ରାତି ତମାମ ଖୋଲାଥିଲା ବାର, ରେଡ୍ ବେଳେ ହରଡଘଣାରେ ଅବକାରୀ ବିଭାଗ
- ଏହି ମୁସଲିମ ଦେଶରେ ଅଛି ବିଶ୍ୱର ସବୁଠାରୁ ବଡ଼ ଶିବ ମନ୍ଦିର, କିଏ ତିଆରି କରିଥିଲେ ଜାଣନ୍ତି କି?
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଇଲା ବାଂଲାଦେଶ
- Geeta Pattnaik: ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ
- ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ
- T20 World Cup : ପୁଣି ହାରିଲା ପାକିସ୍ତାନ, ବିଜୟ ସହ ସୁପର ୮ରେ ଟିମ୍ ଇଣ୍ଡିଆ
- ପତ୍ନୀହନ୍ତାକୁ ଫାଶୀଦଣ୍ଡ;ଏସିଡ ମାଡ଼କରି…
- ନକଲି ଜର୍ଦ୍ଦା କାରଖାନା ଠାବ; ୫ ଲକ୍ଷରୁ ଅଧିକ ମୂଲ୍ୟର ଜର୍ଦ୍ଦା ଜବତ, ଅଭିଯୁକ୍ତ ଗିରଫ
- ଏସିଡ୍ ଓ ବର୍ନ ପୀଡ଼ିତଙ୍କ ପାଇଁ ଭଲ ଖବର: ଦିଲ୍ଲୀ ଏମ୍ସରେ ହେବ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’
- ବାଂଲାଦେଶ ବାଛିଲା ନୂଆ ଭାଗ୍ୟ ବିଧାତା: ଭାରତ ସହିତ ସମ୍ପର୍କ ଉନ୍ନତ କରିବେ କି ତାରିକ୍ ରେହମାନ?
Comments are closed.