Latest Odisha News

BREAKING NEWS

ଲକ୍‌ଡାଉନ୍‌ରେ ଦୋକାନ ଖୋଲିବା ନେଇ ନୂଆ ନିର୍ଦ୍ଦେଶ ଜାରି କଲେ ଓଡିଶା ସରକାର 

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଏବଂ ଜରୁରୀକାଳୀନ ସେବା ଯୋଗାଉଥିବା ଦୋକାନ ଖୋଲା ରହିଥିବାବେଳେ, ଓଡିଶା ସରକାରଙ୍କ ପକ୍ଷରୁ ଆଜି ସଂଶୋଧିତ ନିର୍ଦ୍ଦେଶ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗତାକାଲି ଜାରି ହୋଇଥିବା ସଂଶୋଧିକ ଗାଇଡଲାଇନ ଆଧାରରେ ରାଜ୍ୟ ସରକାର ପୂର୍ବରୁ ଜାରି କରିଥିବା ନିର୍ଦ୍ଦେଶରେ କେତେକ ଆଂଶିକ ସଂଶୋଧନ କରିଛନ୍ତି ।

ଏହି ସଂଶୋଧିତ ନିର୍ଦ୍ଦେଶ ଅନୁଯାୟୀ ଓଡିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ ୧୯୫୬ ଅନୁଯାୟୀ ପଂଜୀକୃତ ମ୍ୟୁନିସିପାଲ ଅଂଚଳ ବାହାରେ ଆବାସିକ ଓ ବାଣିଜ୍ୟିକ ଅଂଚଳର ସମସ୍ତ ଦୋକାନ ଖୋଲିପାରିବେ । ତେବେ ମଲ୍ଟି ବ୍ରାଣ୍ଡ ଓ ଏକକ ବ୍ରାଣ୍ଡ ମଲ ମଧ୍ୟରେ ଥିବା ଦୋକାନ ଖୋଲିବ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି ।

ସେହିଭଳି ମାର୍କେଟ କମ୍ଲେକ୍ସ ଓ ମଲଗୁଡିକରେ ରହିଥିବା ଦୋକାନଗୁଡିକୁ ଛାଡି ମହାନଗର ନିଗମ ଓ ପୌରାଞ୍ଚଳରେ ରହିଥିବା ଓଡିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ ୧୯୫୬ ଅନୁଯାୟୀ ପଂଜୀକୃତ ଦୋକାନ, ଆବାସିକ ଅଂଚଳରେ ରହିଥିବା ଦୋକାନ ଇତ୍ୟାଦି ଖୋଲିପାରିବ ।

ତେବେ ଉଭୟ କ୍ଷେତ୍ରରେ କେବଳ ୫୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିପାରିବେ ଏବଂ ସେମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

ମ୍ୟୁନିସିପାଲ କମିଶନର ଏବଂ ଜିଲ୍ଲାପାଳମାନେ ସେମାନଙ୍କ ନିଜ ନିଜ ଅଂଚଳରେ ଦୋକାନ, ଦୋକାନର ପ୍ରକାର ଏବଂ ଖୋଲିବା ସମୟ ନେଇ ବିସ୍ତୃତ ବିଜ୍ଞପ୍ତି ଜାରି କରିବେ ବୋଲି ଏହି ନିର୍ଦ୍ଦେଶରେ କୁହାଯାଇଛି ।

Leave A Reply

Your email address will not be published.