ମିଲାନ: କରୋନା ଭାଇରସ ଯୋଗୁ ଅନେକ ସ୍ଥାନରେ ଲକଡାଉନ କରାଯାଇଛି । ଏଥିରୁ ମିଳୁଥିବା ଖାଲି ସମୟରେ ଇଟାଲୀର ଜଣେ ଛାତ୍ର କରୋନା ଭାଇରସ ଭିଡିଓ ଗେମ୍ ପ୍ରସ୍ତୁତ କରିଛନ୍ତି । ଇଟାଲୀର ମିଲାନ ସହର ଉପକଣ୍ଠରେ ରହୁଥିବା ଇଟାଲୀର ୯ ବର୍ଷୀୟ ବାଳକ ଲୁପୋ ଡାଟୁରୀ ହେଉଛନ୍ତି ଚତୁର୍ଥ ଶ୍ରେଣୀର ଛାତ୍ର । ଲୁପୋ ତାଙ୍କ ସାଙ୍ଗମାନଙ୍କ ସହ ଖେଳିବା ପାଇଁ ତିଆରି କରିଛନ୍ତି କୋଭିଡ୍-୧୯ ଉପରେ ଆଧାରିତ ଭିଡିଓ ଗେମ୍ ‘ସେର୍ବା-୨୦’। ସେ ଅନ୍ଲାଇନ୍ ଟ୍ୟୁଟୋରିଆଲ ସହାୟତାରେ ତିଆରି କରିଥିଲେ ଭିଡିଓ ଗେମ୍ ‘ସେର୍ବା-୨୦’।
ଏହି ଖେଳର ଲକ୍ଷ୍ୟ ହେଉଛି ‘ଖୋଜିବା ଏବଂ ବିନାଶ କରିବା’, ଯାହାକି ଲେଜର୍ ଦ୍ୱାରା ଖେଳାଯାଏ। ଏଥିରେ ଖେଳାଳି ‘ସେର୍ବା-୨୦’ ସ୍ପେଶ୍କ୍ରାପ୍ଟର କ୍ୟାପଟେନ ଚେୟାରରେ ରହିଥାଏ ଏବଂ ତା’ ସାମ୍ନାରେ ଶତ୍ରୁ ହେଉଛି କୋଭିଡ୍-୧୯। ଲୁପୋ ଏହି ଗେମ୍ ତାଙ୍କ ସାଙ୍ଗମାନଙ୍କ ସହ ଖେଳୁଛନ୍ତି। ହେଲେ କିପରି ପ୍ରୋଗ୍ରାମିଂ କରାଯାଏ ତାହା ସେମାନଙ୍କୁ ଶିକ୍ଷାଦେବା ହେଉଛି ତାଙ୍କର ଲକ୍ଷ୍ୟ । ଲୁପୋଙ୍କୁ ପ୍ରୋଗ୍ରାମିଂ କରିବା ପାଇଁ ତାଙ୍କ ଶିକ୍ଷକମାନଙ୍କ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଛି, ଯାହା କୌଣସି ଖେଳ ପାଇଁ ବରଂ ଆବଶ୍ୟକ କାମରେ ଆସିପାରିବ।
Comments are closed.