ନୂଆଦିଲ୍ଲୀ: ଭାରତର ଆଧାର ପ୍ରାଧିକରଣ (ୟୁଆଇଡ଼ିଏଆଇ) ପକ୍ଷରୁ ଦେଶରେ ଜନସାଧାରଣଙ୍କ ଆଧାର ଅପଡେ଼ଟ୍ ଲାଗି ୨୦,୦୦୦ ସାଧାରଣ ସେବା କେନ୍ଦ୍ରକୁ ଅନୁମୋଦନ କରାଯାଇଛି ।
ଏହି ସେବା କେନ୍ଦ୍ର ଗୁଡ଼ିକୁ ସର୍ତ୍ତମୂଳକ ଭାବେ ଅନୁମୋଦନ କରାଯାଇଥିବା ପିଟିଆଇ ସୂତ୍ରରୁ ସୂଚନା ମିଳିଛି ।
ଏଥିରେ କେବଳ ଡେ଼ମୋଗ୍ରାଫିକ୍ ଅପଡେ଼ଟ୍ ସୁବିଧା ପ୍ରଦାନ କରାଯାଇପାରିବ । ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ଏହି ସେବା ଉପଲବ୍ଧ ହୋଇପାରିବ ।
ଏସମ୍ପର୍କରେ ସୂଚନା ଓ ବୈଶୟିକ ବିଭାଗ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, ଗ୍ରାମାଞ୍ଚଳରେ ଥିବା ସାଧାରଣ ସେବା କେନ୍ଦ୍ର (ସିଏସସି) ମାଧ୍ୟମରେ ଏହା ପରିଚାଳିତ ହେବ । “ଏହି ସେବା ଉପଲବ୍ଧ ହେବା ଦ୍ୱାରା ଗ୍ରାମାଞ୍ଚଳର ଅଧିକାଂଶ ଜନସାଧାରଣ ଉପକୃତ ହୋଇପାରିବେ, ଏହା ନିଶ୍ଚିତ,” ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
Comments are closed.