Latest Odisha News

BREAKING NEWS

କରୋନା ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ପୋଲିସ କର୍ମଚାରୀଙ୍କ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: କରୋନା ଲଢେଇରେ ସାମିଲ୍ ରହିଛନ୍ତି ହଜାର ହଜାର ପୋଲିସ କର୍ମଚାରୀ । କରୋନା ଡ୍ୟୁଟିରେ ରହି କାର୍ଯ୍ୟ କରୁଥିବା ବେଳେ ମୃତ୍ୟୁ ହେଲେ ପୋଲିସ କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ମିଳିବ ।

ରାଜ୍ୟ ସରକାରଙ୍କ ଏହି ସ୍କିମ୍ ନେଇ ଓଡ଼ିଶା ପୋଲିସ ଡ଼ିଜିପି ଅଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଛନ୍ତି ।

ସେହିପରି ଭାବେ ଏହି କରୋନା ଲଢେଇରେ ସାମିଲ୍ ରହିଛନ୍ତି ହଜାର ହଜାର ସ୍ୱାସ୍ଥ୍ୟକର୍ମୀ । ସ୍ୱାସ୍ଥ୍ୟ ସେବା ପକ୍ଷରୁ କାର୍ଯ୍ୟ କରୁଥିବା ଏହି କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ଶେଷକୃତ୍ୟ ଲାଗି ସହାୟତା ପ୍ରଦାନ କରାଯିବାକୁ ରାଜ୍ୟ ସରକାର ଏପ୍ରିଲ୍ ୧୦ରେ ଘୋଷଣା କରିଥିଲେ ।

କର୍ତ୍ତବ୍ୟରତ ସାମ୍ବାଦିକମାନେ କାର୍ଯ୍ୟକରୁଥିବା ବେଳେ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ସହାୟତାର ରାଶି ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି ।

Leave A Reply

Your email address will not be published.