Latest Odisha News

BREAKING NEWS

ଓଡ଼ିଶା ଫେରିବାକୁ ୪୮ ଘଣ୍ଟାରେ ୪.୮୬ ଲକ୍ଷ ପ୍ରବାସୀ କଲେ ପଞ୍ଜିକରଣ

ଭୁବନେଶ୍ୱର: ମେ ୩ ତାରିଖ ଯାଏଁ ରହିଛି ଲକ୍ଡ଼ାଉନ୍ ଅବଧି । ଏହି ଲକ୍ଡ଼ାଉନ୍ ଉଠିଯିବାପରେ ଓଡ଼ିଶାକୁ ଆସିବେ ପ୍ରବାସୀ । ନିଜ ରାଜ୍ୟକୁ ଫେରିବାକୁ ଉତ୍ସୁକତାର ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ ପ୍ରବାସୀ । ଗତ ୪୮ ଘଣ୍ଟା ମଧ୍ୟରେ ୪.୮୬ ପ୍ରବାସୀ ଘରକୁ ଫେରିବା ଲାଗି ଓଡ଼ିଶା ସରକାରଙ୍କ ପଦତ୍ତ ପୋର୍ଟାଲ୍ରେ ପଞ୍ଜିକରଣ କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଦିନ www.covid19.odisha.gov.in ଏହି ପୋର୍ଟାଲ୍ ଲଞ୍ଚ୍ ହୋଇଥିଲା ।

ଓଡ଼ିଶା ସରକାରଙ୍କ କୋଭିଡ୍-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ପ୍ରଦାନ କରି କହିଛନ୍ତି, ପ୍ରବାସୀମାନେ କିପରି ସୁବିଧାରେ ଫେରିବେ ସେଥିଲାଗି ୬୭୯୮ ପଞ୍ଚାୟତ ନୋଡାଲ୍ ଅଧିକାରୀମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଛି ।

ଅଧିକ ପଢନ୍ତୁ: ଆଧାର ବିନା ଓଡ଼ିଶା ମନା, ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ରାଜ୍ୟରେ ୧୧୧ ଜଣ କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ସମ୍ପର୍କରେ ଶ୍ରୀ ବାଗ୍ଚୀ କହିଛନ୍ତି ଯେ, ଏହି ଆକ୍ରାନ୍ତଙ୍କ ମଧ୍ୟରେ ୮୦ ପ୍ରତିଶତ ରୋଗୀଙ୍କ ଦ୍ୱାରା ଅନ୍ୟ ମାନେ ସଂକ୍ରମିତ ହୋଇପାରିବେ । “ଏହି ମାରାତ୍ମକ ମହାମାରୀ କବଳରୁ ଆମେ ବର୍ତ୍ତିବାକୁ ହେଲେ ଆମକୁ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ । ମାସ୍କ୍ ପିନ୍ଧିବା ନିହାତି ଜରୁରୀ । ଘରୁ ଆଦୌ ଆମେ ବାହାରିବା ନାହିଁ ।”

“ଏହି ମହାମାରୀ କବଳରୁ ରକ୍ଷା ପାଇବାର ଅନ୍ୟ ଏକ ଉପାୟ ହେଉଛି ଆମେ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଆବଶ୍ୟକ । ”

ଶ୍ରୀ ବାଗ୍ଚୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ସୁବଣ୍ଟନ ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିଲାଗି ବିଭିନ୍ନ କମିଟି ଗୁଡ଼ିକ ତଦାରଖ କରୁଛନ୍ତି ।

Leave A Reply

Your email address will not be published.