Latest Odisha News

ନୀତି ଆୟୋଗ କାର୍ଯ୍ୟାଳୟରେ କରୋନା, ସିଲ୍ ହେଲା ବିଲ୍ଡିଂ

ନୂଆଦିଲ୍ଲୀ: ସିଲ୍ ହେଲା ନୂଆଦିଲ୍ଲୀ ସ୍ଥିତି ନୀତି ଆୟୋଗ କାର୍ଯ୍ୟାଳୟ । ସେଠାକାର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଜଣାପଡିବା ପରେ ପୁରା ବିଲ୍ଡିଂକୁ ୨ ଦିନ ପାଇଁ ସିଲ୍ କରାଯାଇଛି । ଏଥିସହ ପୁରା ବିଲ୍ଡିଂକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବ ।

ପ୍ରଥମେ ରାଷ୍ଟ୍ରପତି ଭବନ, ଏହା ପରେ ସୁପ୍ରିମକୋର୍ଟ ଓ ଏବେ ନୀତି ଆୟୋଗର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ନୀତି ଆୟୋଗର କାର‌୍ୟ୍ୟାଳୟକୁ ସିଲ କରାଯାଇଛି । ଏଥିସହ ଆବଶ୍ୟକ ପ୍ରୋଟୋକଲ୍ ପାଳନ କରାଯାଉଛି ବୋଲି ନୀତି ଆୟୋଗର ଡେପୁଟି ସେକ୍ରେଟେରୀ ସୂଚନା ଦେଇଛନ୍ତି ।

ଗତକାଲି ସୁପ୍ରିମକୋର୍ଟରେ କାମ କରୁଥିବା ଜଣେ ଆଣ୍ଟେଣ୍ଡାଣ୍ଟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ଉକ୍ତ ବ୍ୟକ୍ତିଙ୍କ କଣ୍ଟାଣ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.