ଭୁବନେଶ୍ୱର: କର୍ତ୍ତବ୍ୟ ଆଗରେ ହୋମଗାର୍ଡ ମାଆ ଭୁଲିଗଲା ଝିଅକୁ ହରାଇଥିବାର ଦୁଃଖ । ଝିଅ ମୃତ୍ୟୁର ଦୁଇ ଦିନ ପରେ ଯୋଗ ଦେଲା କରୋନା ଡ୍ୟୁଟିରେ ।
ଏହି ମାଆ ଜଣଙ୍କ ହେଲେ ଗୌରି ବେହେରା । ପୁରୀ ପିପିଲି ଥାନାରେ ହୋମଗାର୍ଡ ଭାବେ କାମ କରନ୍ତି । ପରିବାର କହିଲେ ୧୩ ବର୍ଷର ଝିଅ ଲୋପାମୁଦ୍ରା, ବୟସ୍କ ବାପା ମାଆ ଓ ଜଣେ ଭିନ୍ନକ୍ଷମ ଭାଇ । ଗତ କିଛି ଦିନ ତଳେ ଜଣାପଡିଥିଲା ଯେ ଲୋପାମୁଦ୍ରାକୁ କ୍ୟାନସର ହୋଇଛି । ଏଥି ପାଇଁ ତାର ଚିକିତ୍ସା ଚାଲିଥିଲା । ଗତ ୨୪ ତାରିଖରେ ଗୌରୀଙ୍କୁ ଫୋନ ଆସିଲା ଯେ ଝିଅ ଲୋପାମୁଦ୍ରା ଅସୁସ୍ଥ ହୋଇପଡିଛି । ତରବର ହୋଇ ଘରକୁ ଫେରିଲା ବେଳକୁ ଝିଅର ମୃତ୍ୟୁ ହୋଇସାରିଥିଲା ।
ବହୁ ବର୍ଷ ତଳେ ଗୌରୀଙ୍କୁ ସ୍ୱାମୀ ଛାଡି ଚାଲି ଯାଇଛନ୍ତି । ଏହାପରେ ଝିଅକୁ ନେଇ ବାପଘରେ ଆଶ୍ରୟ ନେଇଥିଲେ ଗୌରୀ । ୧୯୯୮ ମସିହାରେ ହୋମଗାର୍ଡ ଚାକିରୀ ପାଇବା ପରେ ସେ ନିଜର ଓ ପରିବାରର ଦାୟିତ୍ୱ ନେଇଆସୁଛନ୍ତି ।
ଗୌରୀଙ୍କ ପାଇଁ ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଜ୍ୟୁଟିରେ ଯୋଗ ଦେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରରେ ଗୌରୀଙ୍କୁ ସମବେଦନା ଜଣାଇବା ସହ ତାଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କୁ ଜଣେ ସଚ୍ଚା ଯୋଦ୍ଧା ବୋଲି କହିଛନ୍ତି ।
BREAKING NEWS
- ବିଶ୍ୱରେ ପ୍ରଥମ: ମାରାଥନରେ ମଣିଷ ସହିତ ଦୌଡୁଛି ରୋବୋଟ୍ , ଜାଣନ୍ତୁ କିଏ ଜିତିଲା ରେସ୍
- ଚାଲାଣ ପୂର୍ବରୁ ମାଡି ବସିଲା ପୋଲିସ; କୋଟିଏ ଟଙ୍କାର ଗଞ୍ଜେଇ ଜବତ
- ଓଆଇଏସଏଫର ଆଉ ଏକ ବାଟାଲିୟନ ଗଠନକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦୪୦ ନୂଆ ପଦବୀ
- ଜବରଦଖଲ ଉଚ୍ଛେଦ ବେଳେ ପୋଲିସ- ବସ୍ତିବାସିନ୍ଦାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ: ଜଣେ ମୃତ, ୬ ଆହତ
- ରାତି ପାହିଲେ କଳିଙ୍ଗ ସୁପର କପ୍ ; ଟୁର୍ଣ୍ଣାମେଣ୍ଟରୁ ଓହରିଲା ଚର୍ଚ୍ଚିଲ ବ୍ରଦର୍ସ
- ଆଇପିଏଲରେ ଇତିହାସ ରଚିଲେ ବୈଭବ
- ଚାଞ୍ଚଲ୍ୟ ଘଟଣା! ୬ ମାସର ଗର୍ଭବତୀ ହେଲେ ୬ଷ୍ଠ ଶ୍ରେଣୀ ଛାତ୍ରୀ
- ଗୁଜରାଟକୁ ଏକାକୀ ଜିତାଇଲେ ବଟଲର
- ଜୋରଦାର ଚାଲିଛି ମାଓ ବିରୋଧୀ ଅଭିଯାନ, ପୁଣି ମାଓଡମ୍ପ ଉଦ୍ଧାର କଲେ ଯବାନ୍
- ଓଡ଼ିଆ ପୁଅ ଓମ୍ ପ୍ରକାଶ ଜେଇଇ ମେନ୍ ଟପ୍ପର
Comments are closed.