ପୁରୀ: ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ । ପୁରୀରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଆଜି କିଛି ସାମ୍ବାଦିକ ଖବର ସଂଗ୍ରହ କରିଥିଲେ । ଏହି ସମୟରେ ସେଠାରେ ମୁତୟନ ଥିବା ଦୁଇ ପରେଷ୍ଟ ଗାର୍ଡ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ଥିବା ପର୍ଯ୍ୟଟକଙ୍କ କଟେଜରେ ବନ କର୍ମଚାରୀ ମଦ୍ୟପାନ କରୁଥିବା ଅଭିଯୋଗ ହୋଇଛି । ସାମ୍ବାଦିକ ଏହି ଦୃଶ୍ୟ କ୍ୟାମେରାରେ ରେକର୍ଡ କରିଥିବା ସନ୍ଦେହ କରି ସେମାନେ ହଠାତ୍ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । କ୍ୟାମେରା ଛଡାଇ ନେଇ ଭାଙ୍ଗି ଦେବାକୁ ମଧ୍ୟ ଉଦ୍ୟମ କରିଥିଲେ । ଏପରିକି ବାଲୁଖଣ୍ଡ ଭିତରେ ପଶି ଖବର ସଂଗ୍ରହ କରିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଥିଲେ । ଏହି ସମୟରେ ସାମ୍ବାଦିକ ଓ ଫରେଷ୍ଟଗାର୍ଡଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।
BREAKING NEWS
- ବିଡିଏର ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପର ଶୁଭାରମ୍ଭକୁ ମଞ୍ଜୁରୀ
- ବକ୍ସିଂରେ ଭାରତର ଡବଲ୍ ଗୋଲ୍ଡ; ପ୍ରୀତି,ଜସମିନ ଜିତିଲେ ସ୍ୱର୍ଣ୍ଣ
- ବିଲ୍ଡରଙ୍କ ଘରୁ ଚୋରି କରିନେଲେ ୨ କୋଟି ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା
- ୩୭.୩୨ ଲକ୍ଷ ଆତ୍ମସାତ ଅଭିଯୋଗ; ଜୁନିଅର ଆସିଷ୍ଟାଣ୍ଟଙ୍କୁ ଗିରଫ କଲା ଭିଜିଲାନ୍ସ
- ଅଗଷ୍ଟ ୩ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ
- ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ : ୱାର୍ମ-ଅପ ମ୍ୟାଚ୍ ସୂଚୀରେ ବଡ଼ ପରିବର୍ତ୍ତନ
- ଦନ୍ତା ଆକ୍ରମଣରେ ଚାଲିଗଲା ୨ ଜୀବନ
- ଆଣ୍ଟି ପେପର ଲିକ୍ ବିଲ୍କୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି
- ଭୂମିକମ୍ପରେ ଥରିଲା ଜାପାନ; ତୀବ୍ରତା ୫.୮
- କମନୱେଲଥ୍ ଗେମ୍ସ; ଜୁଡୋରେ ଐତିହାସିକ ଗୋଲ୍ଡ, ନୀରଜଙ୍କୁ ସିଲଭର୍
Comments are closed.