ଭୁବନେଶ୍ୱର: ରାଜ୍ୟର ସମସ୍ତ ମହାବିଦ୍ୟାୟୟ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା ଅକ୍ଟୋବର ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ନିର୍ବାଚନର ପ୍ରଥମ ପ୍ରକ୍ରିୟା ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ।
ବୁଧବାର ସକାଳ ୯ଟାରୁ ଦିନ ୧୨ ପର୍ଯ୍ୟନ୍ତ ଏହି ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଅକ୍ଟୋବର ୪ ତାରିଖ ଦିନ ୧୧ଟା ବେଳେ ନାମାଙ୍କନ ପ୍ରକ୍ରିୟାର ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ସେହିଦିନ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚାହିଁଲେ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିପାରିବେ ।
ଅକ୍ଟୋବର ୧୦ ତାରିଖ ଦିନ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ’ ବୈଠକ ସମସ୍ତ କଲେଜ ଏବଂ ୟୁନିଭର୍ସିଟିରେ ଅନୁଷ୍ଠିତ ହେବ । ତହିଁ ପରଦିନ ଅର୍ଥାତ୍ ୧୧ତାରିଖ ସକାଳା ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲୁ ରହିବ । ଅପରାହ୍ନ ୨ଟାରୁ ଭୋଟ ଗଣତି ହୋଇ ସନ୍ଧ୍ୟା ସୁଦ୍ଧା ସମସ୍ତ ଫଳାଫଳ ପ୍ରକାଶ ପାଇବ ବୋଲି ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟର ବିଭିନ୍ନ କଲେଜରେ ଏହି ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଶାନ୍ତି ସହକାରେ ଅନୁଷ୍ଠିତ ହେବା ଲାଗି କଲେଜ ଓ ୟୁନିଭର୍ସିଟି ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି ।
Comments are closed.