Latest Odisha News

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୬୩ ଟି ପଞ୍ଚାୟତ ପାଇଁ ୩୮.୮୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୮ଟି ବ୍ଲକ ପାଇଁ ୩୮.୮୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା- କେନ୍ଦୁଝର ଜିଲ୍ଲାର ଘଟଗାଁ ଓ ସହରପଡା, କେନ୍ଦ୍ରପଡା ଜିଳ୍ଳାର ପଟାମୁଣ୍ଡାଇ, ମୟୁରଭଂଜ ଜିଲ୍ଲାର ବେତନଟୀ ଓ ଖୁଣ୍ଟା, ରାୟଗଡା ଜିଲ୍ଲାର ମୁନିଗୁଡା, ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ଓ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ।

ଆଜି ମୁଖ୍ୟମନ୍ତ୍ରୀ ଘଟଗାଁ ବ୍ଲକର ୨୬ ଟି ପଚାଂୟତ ପାଇଁ ୬.୦୧ କୋଟି ଟଙ୍କାରେ ୧୬୦ ଟି ପ୍ରକଳ୍ପ , ସହରପଡା ବ୍ଲକର ୨୦ଟି ପଚାଂୟତ ପାଇଁ ୪.୮୦ କୋଟି ଟଙ୍କାରେ ୧୫୦ ଟି ପ୍ରକଳ୍ପ, ପଟାମୁଣ୍ଡାଇ ବ୍ଲକର ୩୧ ଟି ପଚାଂୟତ ପାଇଁ ୮.୧୮ କୋଟି ଟଙ୍କାରେ ୩୧୦ ଟି ପ୍ରକଳ୍ପ, ବେତନଟୀ ବ୍ଲକର ୨୪ ଟି ପଚାଂୟତ ପାଇଁ ୬ କୋଟି ଟଙ୍କାରେ ୨୬୯ ଟି ପ୍ରକଳ୍ପ, ଖୁଣ୍ଟା ବ୍ଲକର ୧୪ ଟି ପଚାଂୟତ ପାଇଁ ୩.୫୦ କୋଟି ଟଙ୍କାରେ ୧୨୫ଟି ପ୍ରକଳ୍ପ, ମୁନିଗୁଡା ବ୍ଲକର ୧୭ ଟି ପଚାଂୟତ ପାଇଁ ୩ କୋଟି ଟଙ୍କାରେ ୧୮୭ ଟି ପ୍ରକଳ୍ପ, ନାକଟିଦେଉଳ ବ୍ଲକର ୧୪ ଟି ପଚାଂୟତ ପାଇଁ ୩.୧୨ କୋଟି ଟଙ୍କାରେ ୧୫୭ ଟି ପ୍ରକଳ୍ପ, ଚିଲିକା ବ୍ଲକର ୧୭ ଟି ପଚାଂୟତ ପାଇଁ ୪.୨୫ କୋଟି ଟଙ୍କାରେ ୧୨୨ ଟି ପ୍ରକଳ୍ପ । ଏହିପରି ସମୁଦାୟ ୮ଟି ବ୍ଲକର ୧୬୩ ଟି ପଚାଂୟତ ପାଇଁ ମୁଖ୍ୟମନ୍ତ୍ରୀ ୩୮.୮୬ କୋଟି ଟଙ୍କାରେ ୧୪୮୦ ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୧୮ ଟି ବ୍ଲକର ୪୭୩୮ ଟି ଗ୍ରାମ ପଚାଂୟତ ସହିତ ଆଲୋଚନ ମାଧ୍ୟମରେ ୪୩,୪୧୨ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପାଇଁ ୧୦୭୩.୪୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନା ଅନୁଯାୟୀ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଚାଂୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଚାଂୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.