Latest Odisha News

BREAKING NEWS

ରଘୁନାଥପୁର ବୋମା ବିସ୍ଫୋରଣ ଘଟଣା: ଜଣେ ଗିରଫ, ୪୦ ଅଟକ

ଭୁବନେଶ୍ୱର : ଭୁବନେଶ୍ୱର ଡୁମଡୁମା ସ୍ଥିତ ରଘୁନାଥପୁର ନିକଟରେ ସୋମବାର ରାତିରେ ଘଟିଥିବା ବୋମା ବିସ୍ଫୋରଣ ଘଟଣାରେ ପୋଲିସ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୪୦ ଜଣଙ୍କୁ ଅଟକ ରଖିଛି ।

ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତଙ୍କ ନାମ ଅଗ୍ନି ସାରଙ୍ଗୀ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଏହି ଘଟଣା ଦିନ ବିଳମ୍ବିତ ରାତିରେ କେହି ଦୃବୁର୍ତ୍ତ ରଘୁନାଥପୁର ଅଞ୍ଚଳରେ ବୋମାମାଡ କରି ଫେରାର ହୋଇଯାଇଥିଲେ । ଏହି ବୋମାମାଡ ଫଳରେ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁଇଟି ବାଇକ ପୋଡିଯାଇଥିବା ନେଇ ସୂଚନା ମିଳିଥିଲା ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ଉତ୍ୟକ୍ତ ସ୍ଥାନୀୟ ବାସିନ୍ଦାଙ୍କ ଆକ୍ରମଣରେ ଖଣ୍ଡଗିରି ଥାନା ଆଇଆଇସି ହିମାଂଶୁ ସ୍ୱାଇଁ ଙ୍କ ସମେତ ୪ଜଣ ପୋଲିସ ଅଧିକାରୀ ଗୁରୁତର ଭାବେ ଆହାତ ହୋଇଥିଲେ । ପରବର୍ତ୍ତୀ ସମୟରେ ଆହତ ଅବସ୍ଥାରେ ଆଇଆଇସିଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ଏମସରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.