Latest Odisha News

BREAKING NEWS

ସୁସ୍ଥ ହେଲେ ଆଉ ୨୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ଗୋଟିଏ ଦିନରେ ୧୦୧ କରୋନା ପଜିଟିଭ ଚିହ୍ନଟ ହେବା ଖବର ସମସ୍ତ ଚିନ୍ତା ବଢ଼ାଇଛି । ଏହାରି ଭିତରେ ଆସିଛି ଆଶ୍ୱସନାର ଖବର । ଆଜି ରାଜ୍ୟରେ ଆଉ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୁବଶୀଘ୍ର ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ।

ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁସାରେ ଆଜି ବାଲେଶ୍ୱରରୁ ୯ଜଣ, ଭୁବନେଶ୍ୱରରୁ ୮ଜଣ, ଭଦ୍ରକରୁ ୪ଜଣ, ଗଂଜାମ ଏବଂ ସୁନ୍ଦରଗଡରୁ ୨ଜଣ ଲେଖାଏଁ ଏବଂ କୋରାପୁଟ ଓ କେନ୍ଦୁଝରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୪୩ରେ ପହଂଚିଛି ।

Leave A Reply

Your email address will not be published.