ନୂଆଦିଲ୍ଲୀ: ଟ୍ରେନ୍ ପରେ ଆରମ୍ଭ ହେବ ଘରୋଇ ବିମାନ ସେବା । ଲକଡାଉନ୍ ଯୋଗୁଁ ବିଭିନ୍ନ ସ୍ଥାନରେ ଅନେକ ଯାତ୍ରୀ ଫସି ରହିଛନ୍ତି । ସେମାନଙ୍କୁ ଆଣିବା ପାଇଁ ଆସନ୍ତା ୧୯ରୁ ଏୟାର ଇଣ୍ଡିଆର ଘରୋଇ ବିମାନ ସେବା ଆରମ୍ଭ ହେବ ।
ମେ ୧୯ ତାରିଖରୁ ଜୁନ ୨ ତାରିଖ ଭିତରେ ବିମାନ ସେବା ଆରମ୍ଭ କରିବ । ଏଥିପାଇଁ ସ୍ପେଶାଲ ଡୋମେଷ୍ଟିକ ଫ୍ଲାଇଟ ବା ସ୍ପେଶାଲ ଘରୋଇ଼ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି ।
ଅଧିକାଂଶ ବିମାନ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଭଳି ସହରକୁ ଉଡାଣ ଆରମ୍ଭ କରିବେ । ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁଯାୟୀ, ଚେନ୍ନାଇକୁ ମାତ୍ର ଗୋଟିଏ ବିମନା ଚଳାଚଳ ହେବ । ଏହା ମେ ୧୯ ତାରିଖରେ କୋଚିରୁ ଚେନ୍ନାଇ ଅଭିମୁଖେ ଯାତ୍ରା ଆରମ୍ଭ କରିବ ।
ଦିଲ୍ଲୀ ପାଇଁ ୧୭୩, ମୁମ୍ବାଇ ପାଇଁ ୪୦, ହାଇଦ୍ରାବାଦ ପାଇଁ ୨୫ ଏବଂ କୋଚି ପାଇଁ ୧୨ଟି ବିମାନ ଚାଲିବ । ଦିଲ୍ଲୀରୁ ଯେଉଁ ବିମାନ ଉଡାଣ ଆରମ୍ଭ କରିବ ତାହା ଅମୃତସର, ବେଙ୍ଗାଲୁରୁ, ଗୟା, ଜୟପୁର, ହାଇଦ୍ରାବାଦ, ଅହମଦାବାଦ, କୋଚି, ବିଜୟବାଡା, ଲଖନଉ ଏବଂ ଆଉ କିଛି ସହରକୁ ଯିବ ।
ଠିକ ସେହିଭଳି ମୁମ୍ବାଇରୁ ଉଡାଣ ଆରମ୍ଭ କରିବାକୁ ଥିବା ଏୟାର ଇଣ୍ଡିଆ ବିମାନ ଅହମଦାବାଦ, ହାଇଦ୍ରାବାଦ, କୋଚି, ବେଙ୍ଗାଲୁରୁ, ବିଶାଖାପାଟନମ, ବିଜୟବାଡା ଆଦି ସହରକୁ ଯିବ । ହାଇଦ୍ରାବାଦରୁ ମୁମ୍ବାଇ ଏବଂ ଦିଲ୍ଲୀ ପାଇଁ ମଧ୍ୟ ବିମାନ ସେବା ଯୋଗାଇ ଦିଆଯିବ । ଏହାଛଡା ଭୁବନେଶ୍ୱରରୁ ଗୋଟିଏ ଏୟାର ଇଣ୍ଡିଆ ବିମାନ ବେଙ୍ଗାଲୁରୁ ଯିବ ।
Comments are closed.