Latest Odisha News

BREAKING NEWS

ଆଜି ପହଞ୍ଚିବ ୬ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ; ବାଲେଶ୍ଵରରେ ବଢ଼ିଲା କର୍ଫ୍ୟୁ ଅବଧି

ବାଲେଶ୍ଵର:୩୦୦୦ ରୁ ଅଧିକ ପ୍ରବାସୀ ଓଡିଆଙ୍କୁ ନେଇ ଆଉ ୬ ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଗୁରୁବାର ବାଲେଶ୍ଵର ରେଳ ଷ୍ଟେସନରେ ପହଞ୍ଚିବ।

ଏହା ପରେ ଯାତ୍ରୀମାନଙ୍କୁ ବସ୍‌ରେ ରେଳ ଷ୍ଟେସନରୁ ନିଜ ନିଜ କ୍ୱାରେଣ୍ଟାଇନ ସେଣ୍ଟରକୁ ନିଆଯିବ ବୋଲି ପୂର୍ବତଟ ରେଳ ସୂଚନା ଦେଇଛି।

ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱର ପ୍ରଶାସନ କର୍ଫ୍ୟୁ ଅବଧି ଆଜି ରାତି ୧୨ ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏହା ପରେ, ବାଲେଶ୍ଵରରେ ୨୪ ଘଣ୍ଟିଆ କର୍ଫ୍ୟୁ ମଧ୍ୟରାତ୍ର ୧୨ ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ, ମେ ୧୩ରେ ସକାଳ ୫ ଟା ସମୟରେ ସୁରଟରୁ ୧୧୦୦ ରୁ ଅଧିକ ପ୍ରବାସୀ ଓଡିଆଙ୍କ ସହିତ ଏକ ସ୍ୱତନ୍ତ୍ର ଟ୍ରେନର ନିର୍ଦ୍ଧାରିତ ସମୟକୁ ଦୃଷ୍ଟିରେ ରଖି ବୁଧବାର ଦିନ ବାଲେଶ୍ଵର ଷ୍ଟେସନର ୫୦୦ ମିଟର ମଧ୍ୟରେ ୨୪ ଘଣ୍ଟା ପାଇଁ ୧୪୪ ଧାରା କରାଯାଇଛି ।

ଏହି ସମୟରେ ସମସ୍ତ ଅତି ଆବଶ୍ୟକୀୟ ଦୋକାନ ବଜାର ମଧ୍ୟ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.