Latest Odisha News

ଆଜି ରାଜ୍ୟରେ ଚିହ୍ନଟ ୭୩ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୭୩ ପଜିଟିଭ ଆକ୍ରାନ୍ତ ।

ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୩ ଜଣ ଚିହ୍ନଟ ହୋଇଛନ୍ତି । ସମସ୍ତେ ସୁରତ ଫେରନ୍ତା ହୋଇଥିବା ବେଳେ ଏମାନେ କ୍ୱାରେଣ୍ଟାଇନ ସେଣ୍ଟରର ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।

ଯାଜପୁର ଜିଲ୍ଲାରୁ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ, ୩ ଏମାନେ ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ସୂଚନା ମିଳିଛି ।

ଭଦ୍ରକ ଜିଲ୍ଲାରୁ ୯ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ସୁରତ ଫେରନ୍ତା, ୩ ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ କର୍ଣ୍ଣାଟକ ଫେରନ୍ତା ବୋଲି ଜଣାପଡିଛି । ଏମାନେ ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟରର ବୋଲି ସୂଚନା ଓ ଲୋକସମ୍ପର୍କ ସୂଚନା ଦିଆଯାଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୩ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡିଛି ।

ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ସମସ୍ତ ୨ ଜଣ ଚିହ୍ନଟ ହୋଇଛନ୍ତି । ଏମାନେ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ସୂଚନା ।

ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.