Latest Odisha News

BREAKING NEWS

ରାୟଗଡାରେ ପହଞ୍ଚିଲା ୨୦୦ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ

ରାୟାଗଡା: ତାମିଲନାଡୁର ତିରୁପୁରରୁ ୨୦୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଗୁରୁବାର ସକାଳେ ରାୟାଗଡା ରେଳ ଷ୍ଟେସନରେ ପହଞ୍ଚିଛି।

ଟ୍ରେନ ଟି ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ବସ୍‌ରେ ନିଜ ନିଜ ଅଞ୍ଚଳରେ କ୍ୱାରେଣ୍ଟାଇନ ସେଣ୍ଟରକୁ ନିଆଯାଇଛି।

ଏହି ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ ଏବଂ ନବରଙ୍ଗପୁରର ବାସିନ୍ଦା ବୋଲି ଜଣଓଡିଛି ।

ଟ୍ରେନ ପହଞ୍ଚିବା ପୂର୍ବରୁ ରେଳ ଷ୍ଟେସନ ପରିସରରେ ଏବଂ ଏହାର ଆଖପାଖରେ ୧୪୪ ଧାରା ଜାରି କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଟ୍ରେନରେ ଫେରୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ଅବଲମ୍ବନ କରିବା ବାଧ୍ୟତାମୂଳକ।

Leave A Reply

Your email address will not be published.