Latest Odisha News

BREAKING NEWS

ରାସ୍ତାରେ ଚାଲୁଥିବା ଭୋକିଲାଙ୍କୁ ଋଣ ନୁହେଁ ଟଙ୍କା ଦରକାର: ରାହୁଲ

ନୂଆଦିଲ୍ଲୀ: ଚାରିଆଡେ କରୋନା ଯୋଗୁଁ ତାଲାବନ୍ଦ ପଡିଛି । ଫଳରେ କରୋନା କଟକଣା ଯୋଗୁଁ ଆର୍ଥିକ ସଂକଟ ଦେଖାଦେଇଛି । ଏଭଳି ସ୍ଥିତିରେ ଦେଶବାସୀଙ୍କୁ ଆର୍ଥିକ ସଂକଟରୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଯାହାକୁ ନେଇ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି, ଏହି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଚାଷୀ, ବ୍ୟବସାୟୀ ଏବଂ ପ୍ରବାସୀଙ୍କ ପାଇଁ ଉପଯୁକ୍ତ ନୁହେଁ । ରାସ୍ତାରେ ଚାଲୁଥିବା ଭୋକିଲାଙ୍କୁ ସରକାର ଋଣ ନଦେଇ ବଂର ତାଙ୍କୁ ସିଧାସଳଖ ଟଙ୍କା ଦେବା ଉଚିତ । ପ୍ରବାସୀ ଶ୍ରମିକଙ୍କର ଲୋନ୍ ନୁହେଁ ଟଙ୍କାର ଆବଶ୍ୟକତା ରହିଛି । ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ପଠାଇବାକୁ ସେ ଦାବି କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଗୋଟେ ଛୋଟ ଛୁଆ କାନ୍ଦେ ତେବେ ତାକୁ ତା ମାଆ ଲୋନ ନୁହେଁ ତାକୁ ଚୁପ୍ କରିବା ପାଇଁ ବାଟ ଖୋଜିଥାଏ । ତାକୁ ଖାଇବାକୁ ଦେଇଥାଏ । ସେହିପରି ସରକାର ସାହୁକାର ନହୋଇ, ଗୋଟିଏ ମାଆ ଭଳି ବ୍ୟବହାର କରିବା ଉଚିତ ।

Leave A Reply

Your email address will not be published.