Latest Odisha News

BREAKING NEWS

‘ଅମ୍ଫାନ’ ମୁକାବିଲା ପାଇଁ ସଜାଗ ଅଛି ଏନ୍‌ଡିଆର୍‌ଏଫ୍

ନୂଆଦିଲ୍ଲୀ: ଆସନ୍ତାକାଲି ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଅମ୍ଫାନ । ଲ୍ୟାଣ୍ଡଫଲ ବେଳେ ଏହାର ତାଣ୍ଡବ ରଚିବ । ଏହାର ପ୍ରଭାବ ଫନି ଭଳି ରହିବ । ଏଥିପାଇଁ ପୁରା ସଜାଗ ଅଛି ଏନ୍‌ଡିଆର୍‌ଏଫ୍ । ଏନେଇ ଏନ୍‌ଡିଆର୍‌ଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବାତ୍ୟା ମୁକାବିଲା ପାଇଁ ଓଡ଼ିଶାରେ ଏନ୍‌ଡିଆର୍‌ଏଫର ୧୫ଟି ଟିମ୍ ଓ ପଶ୍ଚିମବଙ୍ଗରେ ୧୯ଟି ଟିମ୍ ମୁତୟନ ରହିଛନ୍ତି । ସମସ୍ତଙ୍କ ପାଖରେ ୱେୟାରଲେସ୍ ଓ ସାଟେଲାଇଟ୍ ଫୋନ୍ ରହିଛି । ଏନ୍‌ଡିଆର୍‌ଏଫ ମୁଖ୍ୟାଳୟ ସହ ସେମାନେ ସମ୍ପର୍କ କରିପାରିବେ । କୋଭିଡ୍-୧୯ ମହାମାରୀ ସହ ବାତ୍ୟାର ଚ୍ୟାଲେଞ୍ଜକୁ ଆମେ ଗ୍ରହଣ କରିବା ସହ କାର‌୍ୟ୍ୟ କରୁଛୁ ବୋଲି ସେ କହିଛନ୍ତି ।

ପଶ୍ଚିମବଙ୍ଗରେ ୨୧ଟି ଟିମ୍ ରିଜର୍ଭରେ ରହିଛି । ଓଡ଼ିଶାରେ ୨୦ଟି ଟିମରୁ ୫ଟି ଟିମ୍ ରିଜର୍ଭରେ ରହିଛି । ବାଲେଶ୍ୱରରେ ୪, କେନ୍ଦ୍ରାପଡ଼ାରେ ୩, ଜଗତସିଂହପୁରରେ ୨, ଭଦ୍ରକରେ ୩, ମୟୂରଭଞ୍ଜରେ ୧, ପୁରୀରେ ୧ ଓ ଯାଜପୁରରେ ଗୋଟିଏ ଲେଖାଏଁ ଏନ୍‌ଡିଆର୍‌ଏଫ ଟିମ୍ ମୁତୟନ ରହିଛନ୍ତି । ପ୍ରତି ବାଟାଲିୟନରେ ୪ଟି ଲେଖାଏଁ ଟିମ୍ ମହଜୁଦ୍ ରହିଛନ୍ତି । ଆବଶ୍ୟକସ୍ଥଳେ ଅନ୍ୟତ୍ର ଏୟାରକ୍ରାଫ୍ଟରେ ସ୍ଥାନାନ୍ତର କରାଯାଇ ପାରିବ। ବିଭିନ୍ନ ସ୍ଥାନରେ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ସହ ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଉଛି ବୋଲି ଏନ୍‌ଡିଆର୍‌ଏଫ୍ ଡିଜି କହିଛନ୍ତି ।

Leave A Reply

Your email address will not be published.