Latest Odisha News

BREAKING NEWS

ଆକଳନ ଅନୁଯାୟୀ ଗତି କରୁଛି ଅମ୍ଫାନ, ରାତି ୮.୩୦ ରୁ ୧୦.୩୦ ମଧ୍ୟରେ କରିବ ଲ୍ୟାଣ୍ଡଫଲ: ଏସଆରସି

ଭୁବନେଶ୍ୱର:ସମୁଦ୍ରରେ ଚକ୍ରବାତର ରୂପ ନେଇଛି ବାତ୍ୟା ଅମ୍ଫାନ। ଏହାର ପ୍ରଭାବରେ  ପାରାଦୀପ ଓ ଧାମରାରେ ଉଚ୍ଚ ଜୁଆରା ଦେଖା ଯାଇଛି।

ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବାତ୍ୟା ଅମ୍ଫାନ ଗତି କରୁଥିବା ଏସଆରସି ସୂଚନା ଦେଇଛନ୍ତି ।

ଆଜି ରାତି ୮.୩୦ରୁ ୧୦.୩୦ ସୁଦ୍ଧା ସୁନ୍ଦରବନ ନିକଟରେ ଅମ୍ଫାନ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଥିବା ଏସଆରସି ସୂଚନା ଦେଇଛନ୍ତି।

ଏହାର ପ୍ରଭାବରେ ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଏବଂ ବାଲେଶ୍ବର ଜିଲ୍ଲାରେ ପବନର ବେଗ ବଢ଼ିବାରେ ଲାଗିଛି।

ଉପକୂଳ ଓଡିଶାରେ ୧୦୦ କିଲୋମିଟର ବେଗରେ ପବନ ବୋହୁଥିବା ସୂଚନା ମିଳିଛି। ପାରାଦୀପଠାରୁ ଏହା ଆଉ ମାତ୍ର ୧୩୦ କିଲୋମୋଟର ଦୂରରେ ରହିଥିବା ବେଳେ ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଗତି କରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ଏସଆରସି ଦେଇଥିବା ସଦ୍ୟତମ ସୂଚନା ଅନୁଯାୟୀ ଅମ୍ଫାନ ଆଉ ୨ ଘଣ୍ଟା ମଧ୍ୟରେ ପାରାଦୀପ ଅତିକ୍ରମ କରିବ । ଏହାର ପ୍ରଭାବରେ ପାରାଦୀପରେ ବର୍ତମାନ ୧୦୨ କିମି ବେଗରେ ପବନ ବହୁଛି ।

ଉପକୂଳ ଓଡ଼ିଶାରେ ଗଛ ସହ କିଛି ଘର କଚ୍ଚା ଘର ଭାଙ୍ଗିଥିବା ସୂଚନା ମିଳିଛି।

Comments are closed.