Latest Odisha News

BREAKING NEWS

ଭୟଙ୍କର ହେଉଛି ଅମ୍ଫାନ; ପାରାଦୀପରେ ଅଶାନ୍ତ ହେଲାଣି ସମୁଦ୍ର

ଭୁବନେଶ୍ୱର: ଘଣ୍ଟାକୁ ୧୧ କିଲୋମିଟର ବେଗରେ ସ୍ଥଳ ଭାଗ ମୁଁହା ଅମ୍ଫାନ । ଏହାର ପ୍ରଭାବରେ ଅଶାନ୍ତ ହେଉଛି ପାରାଦୀପ ।

ପାରାଦୀପରେ ବର୍ତ୍ତମାନ ପବନର ବେଗ ଘଣ୍ଟା ପ୍ରତି ୯୬ କିମି ରହିଛି । ଯାହା ଧୀରେଧିରେ ୧୩୫ କିମି ଯାଏ ବଢିବା ନେଇ ସମ୍ଭାବନା ରହିଛି। ଓଡ଼ିଶାରେ ଅମ୍ପନର ପ୍ରଥମ ବଡ଼ ପ୍ରଭାବ ପାରାଦୀପ ଅଞ୍ଚଳରେ ପଡ଼ିଛି।

ପାରାଦୀପ ଠାରୁ ବର୍ତ୍ତମାନ ଏହା ୧୩୦ କିମି ଦୂରରେ ରହିଛି ଅମ୍ପନ। ଗତ ୬ ଘଣ୍ଟା ଧରି ପ୍ରାୟ ୧୧ ବେଗରେ ଗତି କରୁଛି ଅମ୍ପନ।

ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ପ୍ରଭାବିତ ସ୍ଥାନ ମାନଙ୍କରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି ।

Leave A Reply

Your email address will not be published.