Latest Odisha News

BREAKING NEWS

ରାଜୀବ ଗାନ୍ଧୀଙ୍କର ଆଜି ହେଉଛି ପୁଣ୍ୟତିଥି, ଜାଣନ୍ତୁ ତାଙ୍କ ଜୀବନୀ ସମ୍ପର୍କରେ…

ଭୁବନେଶ୍ୱର: ଦେଶର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିବା ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କର ଆଜି ହେଉଛି ୨୯ତମ ପୁଣ୍ୟ ତିଥି।

୧୯୪୪ ମସିହା ଅଗଷ୍ଟ ୨୦ ତାରିଖ ଦିନ ବମ୍ବେଠାରେ ସେ ଜନ୍ମଗ୍ରହଣ କରିଥିଲେ। ଯିଏକି କେମ୍ବ୍ରିଜରେ ଅଧ୍ୟୟନ ସମୟରେ ସୋନିଆ ମାଇନୋ ନାମ୍ନୀ ଜଣେ ଇଟାଲୀୟ ତରୁଣୀଙ୍କ ପ୍ରେମରେ ପଡ଼ିଥିଲେ ଏବଂ ପରବର୍ତ୍ତୀ ସମୟରେ ଦୁହେଁ ବିବାହ ବନ୍ଧନରେ ମଧ୍ୟ ଆବଦ୍ଧ ହୋଇଥିଲେ।

ଏହି ରାଜନେତାଙ୍କ ପ୍ରଥମ ସଉକ ଥିଲା ବିମାନ ଚାଳନା । ଜାଣନ୍ତୁ ପୁଣ୍ୟତିଥି ଅବସରରେ ତାଙ୍କ ସମ୍ପର୍କରେ କିଛି…

୧. ୧୯୮୪ ମସିହାରେ ମାତ୍ର ୪୦ ବର୍ଷ ବୟସରେ ସ୍ବର୍ଗତଃ ରାଜୀବ ଗାନ୍ଧୀ ଭାରତର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିଲେ।

୨. ସର୍ବଦା ରାଜନୀତିରେ ଅନିଚ୍ଛା ପ୍ରକାଶ କରୁଥିବା ରାଜୀବ ଗାନ୍ଧୀ କେବେ ରାଜନେତା ହେବାକୁ ଚାହୁଁନଥିଲେ। ମାତ୍ର ତାଙ୍କ ସାନଭାଇ ସଞ୍ଜୟ ଗାନ୍ଧୀଙ୍କ ବିମାନ ଦୁର୍ଘଟଣାରେ (୧୯୮୦) ମୃତ୍ୟୁ ହେବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ଏପରିକି ଆମେଥି (ପୂର୍ବ) ଆସନରୁ ନିର୍ବାଚନ ଲଢିଥିଲେ।

୩. ରାଜନୀତି ରେ ପ୍ରବେଶ ପୂର୍ବରୁ ରାଜୀବ ଗାନ୍ଧୀ ଇଣ୍ଡିଆନ୍ ଏୟାରଲାଇନ୍ସର ପାଇଲଟ୍ ଥିଲେ।

୪. ଏହାଛଡା ରାଜୀବ ଗାନ୍ଧୀଙ୍କର ଫଟୋଗ୍ରାଫି ପ୍ରତି ମଧ୍ୟ ଆଗ୍ରହ ଥିଲା। ତାଙ୍କ ମୃତ୍ୟୁ ପରେ ପତ୍ନୀ ସୋନିଆ ଗାନ୍ଧୀଙ୍କ ଦ୍ଵାରା ୧୯୯୫ ମସିହାରେ ‘ରାଜୀବସ୍ ଓ୍ବାଲ୍ଡ: ରାଜୀବ ଗାନ୍ଧୀଙ୍କ ଫଟୋଗ୍ରାଫ୍’ ନାମକ ଏକ ପୁସ୍ତକ ପ୍ରକାଶ ହୋଇଥିଲା। ଯେଉଁଥିରେ ରାଜୀବଙ୍କ ଦ୍ଵାରା ଉତ୍ତୋଳନ କରାଯାଇଥିବା ଫଟୋ ଚିତ୍ର ରହିଥିଲା।

୫. ପରବର୍ତ୍ତୀ ସମୟରେ ୧୯୯୧ ମସିହାରେ ରାଜୀବ ଗାନ୍ଧୀଙ୍କୁ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.