Latest Odisha News

BREAKING NEWS

ଖୁବଶୀଘ୍ର ବିବାହ କରିବେ ବାହୁବଳୀ ଫେମ୍ ରାଣା ଦଗୁବତୀ, ସରିଲା ନିର୍ବନ୍ଧ, ଫଟୋ ଭାଇରାଲ

ମୁମ୍ବାଇ: ବହୁବଲୀ ଫେମ ତଥା ଟଲିଉଡ ଅଭିନେତା ରାଣା ଦଗୁବତୀଙ୍କ ନିକଟରେ ନିର୍ବନ୍ଧ ସରିଛି । ସେ ସିକ୍ରେଟ ଏଗେଂଜମେଂଟ କରିଛନ୍ତି । ସେ ନିଜ ଗାର୍ଲଫ୍ରେଣ୍ଡ ମିହିକା ବଜାଜଙ୍କ ସହ ନିର୍ବନ୍ଧରେ ବାନ୍ଧି ହୋଇଛନ୍ତି । ନିର୍ବନ୍ଧ ବେଳର କିଛି ଫଟୋକୁ ରାଣା ନିଜେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଏହି ଫଟୋକୁ ସେୟାର କରି ରାଣା ଲେଖିଛନ୍ତି ଯେ, ଏହା ଏବେ ଅଫିସିଆଲ ହୋଇଗଲା । ଏହି ଫଟୋରେ ରାଣା ଏବଂ ମିହିକା ବେଶ୍ ସୁନ୍ଦର ଦେଖାଯାଉଛନ୍ତି ।

ସୂଚନା ମୁତାବକ ଗତ ୧୨ ତାରିଖରେ ରାଣା ଦଗୁବତୀ ଏକ ପୋଷ୍ଟ ଜରିଆରେ ଗାର୍ଲଫ୍ରେଣ୍ଡ ମହିକାଙ୍କୁ ପ୍ରପୋଜ କରିଥିବା ନେଇ ଜଣାଇଥିଲେ । ଏହି ପ୍ରପୋଜାଲର ଉତ୍ତରରେ ମିହିକା ହଁ କରିଥିବା ନେଇ ମଧ୍ୟ ସେ ଲେଖିଥିଲେ ।

Leave A Reply

Your email address will not be published.