Latest Odisha News

BREAKING NEWS

ଓଡ଼ିଆ ଝିଅ ଲାବଣ୍ୟା ଦାସ ମାଲେସିଆରେ ଜିତିଲେ ‘ମିସ୍ ୟୁନିଭର୍ସ ଟିନ୍ ଟୁରିଜିମ ଆମ୍ବାସଡ଼ର ୨୦୧୮’ ଟାଇଟଲ୍

ଭୁବନେଶ୍ୱର: ଭୁବନେଶ୍ୱର ଡ଼ିଏଭି ସ୍କୁଲରେ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରୀ ଲାବଣ୍ୟା ଦାସ ମାଲେସିଆରେ ଅନୁଷ୍ଠିତ ହୋଇଥିବା ‘ମିସ୍ ଟୁରିଜିମ ଆମ୍ବାସଡ଼ର ୟୁନିଭର୍ସ ଟିନ୍ ୨୦୧୮’ ଟାଇଟଲ୍ ଜିତି ସମଗ୍ର ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଛନ୍ତି ।

ଏହା ଓଡ଼ିଶା ଲାଗି ଅତ୍ୟନ୍ତ ଗୌରବର କଥା ଯେ, କଷ୍ଟ୍ୟୁମରେ ଲାବଣ୍ୟା ଓଡ଼ିଶାର ପାରମ୍ପରିକ ପୋଷାକ ପିନ୍ଧି ବେଷ୍ଟ୍ ନ୍ୟାସନାଲ୍ କଷ୍ଟ୍ୟୁମ୍ ଆୱାର୍ଡ଼ ହାସଲ କରିପାରିଛନ୍ତି । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପାରମ୍ପରିକ ପୋଷାକ ଶ୍ରେଷ୍ଠ ବିବେଚିତ ହୋଇଛି ।

ଏହି ଆନ୍ତର୍ଜାତିକ ପ୍ରତିଯୋଗିତାରେ ସମୁଦାୟ ୨୫ଟି ଦେଶର ମୋଟ ୩୫ ଜଣ  ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଅଗ୍ରଣୀ ଆନ୍ତର୍ଜାତିକ ଟାଲେଣ୍ଟ ହବ୍ କମ୍ପାନୀ ‘ଗ୍ଲୋବାଲ୍ ପିଜାଣ୍ଟ ହବ’ର ନିର୍ଦ୍ଦେଶକ ଅମର ଶାମୁ ତାଙ୍କୁ ଏହି ଅନ୍ତର୍ଜାତୀୟ ଟାଇଟଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ ।

ଏହି ଓଡ଼ିଆ ବିଶ୍ୱ ବିଜୟିନୀ ଲାବଣ୍ୟାଙ୍କ ମାଆ ଲିପିକା ଦାସ ତାଙ୍କ ସମ୍ପର୍କରେ କହନ୍ତି,

“ ଲାବଣ୍ୟା ପୂର୍ବରୁ ଅନେକ ପ୍ରି-ଟିନ ଏବଂ ଟିନ କ୍ୟାଟେଗୋରୀରେ ଉଭୟ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାମାନ ଜିତିପାରିଛି । ସେ ତା’ର ପାଠପଢା ସହିତ ଏହି ମଡ଼େଲିଂ କ୍ୟାରିୟରକୁ ଖୁବ କଷ୍ଟ ଏବଂ ବେଶ୍ ଯତ୍ନର ସହକାରେ ସନ୍ତୁଳନ କରି ସମୟ ବାଣ୍ଟି ପାରୁଛି । ଲାବଣ୍ୟାର ସ୍କୁଲ ଶିକ୍ଷକ ତଥା ପ୍ରିନସିପାଲ ତାକୁ ଏହି ପ୍ରତିଯୋଗିତା ମାନଙ୍କରେ ଅଂଶଗ୍ରହଣ କରିବାକୁ ସହଯୋଗ ଏବଂ ପ୍ରେରଣା ପ୍ରଦାନ କରିଛନ୍ତି” ।

 

ଏହି କୁନି ପରୀ ଲାବଣ୍ୟା ଭବିଷ୍ୟତରେ ଜଣେ ଆଇଏଏସ ଅଫିସର ହେବାକୁ ଆଶା ରଖି ପାଠପଢାରେ କଠୋର ପରିଶ୍ରମ କରିବା ସହିତ ଅନ୍ତର୍ଜାତୀୟସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛି । ଲାବଣ୍ୟା ରାଜ୍ୟ ସରକାରଙ୍କଠୁ ସହଯୋଗ ପାଇଲେ ଆହୁରି ଅଧିକ ଭଲ କରି ରାଜ୍ୟକୁ ଆନ୍ତର୍ଜାତିକସ୍ତରରେ ଗୌରବାନ୍ୱିତ କରିପାରନ୍ତା ।

ସୂଚନାଯୋଗ୍ୟ, ଲାବଣ୍ୟା ନିକଟରେ ଥାଇଲାଣ୍ଡରେ ଅନୁଷ୍ଠିତ ହୋଇଥିବା ‘ ପ୍ରିନ୍ସ ଏଣ୍ଡ ପ୍ରିନ୍ସସେସ ଇଣ୍ଟରନ୍ୟାସନାଲ ’ ପ୍ରତିଯୋଗିତାରେ ବେଷ୍ଟ ଆଉଟଷ୍ଟାଣ୍ଡିଂ ଆଚିଭର, ବେଷ୍ଟ ଫୋକଡ଼୍ୟାନ୍ସର ଏବଂ ବେଷ୍ଟ ଫାଣ୍ଟାସି ନ୍ୟାସନାଲ ପରି ୩ଟି ଆୱାଡ଼ ଜିତିପାରିଛନ୍ତି ।

Leave A Reply

Your email address will not be published.